ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ରଥକୁ କଂଟାବାଞ୍ଜିରେ ସ୍ୱାଗତ

କଂଟାବାଞ୍ଜି, (ଗୁରୁ ଦୟାଲ ହଂସ) : ପଶ୍ଚିମାଞ୍ଚଳ ପିପୁଲ୍ ଫୋରମ୍ ପକ୍ଷରୁ ଗତ ୨୨ ତାରିଖରୁ ନରସିଂନାଥ ମନ୍ଦିରରୁ ବାହାରି ସୁନ୍ଦରଗଡ ସମଲେଇ ମନ୍ଦିର ପର୍ଯ୍ୟନ୍ତ ଭାଷା ସଂସ୍କୃତି ସ୍ୱାଭିମାନ ଯାତ୍ରା ପାଇଁ ରଥ ବୁଲୁଛି । ତେବେ ଏହାକୁ ନେଇ ଶନିବାର ସନ୍ଧ୍ୟା ୭ଟାରେ ସ୍ଥାନୀୟ କୋଶଳ ପ୍ରେମୀ ଓ କୋଶଲ ମୁକ୍ତି ମୋର୍ଚ୍ଚାର ସଦସ୍ୟମାନେ ସ୍ୱାଗତ କରିଛନ୍ତି । ଏହି ଫୋରମ୍ ପକ୍ଷରୁ ୫ଟି ଦାବି ରଖାଯାଇଛି । ଦାବିମାନଙ୍କରେ ସମ୍ବଲପୁରୀ/କୋଶଲୀ ଭାଷାକୁ ଭାରତର ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା, ଏହି ଭାଷାକୁ ଓଡିଶା ରାଜ୍ୟର ଆଉ ଗୋଟିଏ ସରକାରୀ ଭାଷାର ମାନ୍ୟତା, ରାଜ୍ୟରେ ଆମ ଭାଷା, ସଙ୍ଗୀତ-ସଂସ୍କୃତି ଏକାଡେମୀ ଗଠନ ହେଉ, ଏହି ଭାଷାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା କରାଯାଉ ଓ ଫିଲ୍ମ ସିଟି ସ୍ଥାପନ କରାଯାଉ ଭଲି ଦାବି ରହିଛି । ଏଥିରେ ସମ୍ବଲପୁରୀ କଲାକାର ମନୋଜ ମିଶ୍ର, ସପନ ମିଶ୍ର, ଜନାର୍ଦ୍ଦନ ସିଂହ, ସମଲେଇ ସେନା ସଭାପତି ପ୍ରଦିପ, ଆଲୋକ ସାହୁ ଆସିଥିଲେ । ସ୍ୱାଗତରେ କଂଟାବାଞ୍ଜିର କୋଶଲ ମୁକ୍ତି ମୋଚ୍ଚାର ସଦସ୍ୟ ରାଜୁ ବାରିକ, ଲୋକେଶ ଭୋଇ, କାହ୍ନା ସାହୁ, ସୋହନ ଗୁରୁ, ଜିତୁ ନାଏକ, ଜଗଦିଶ ନାଗ, ବୁଲୁ ଯାଦବ, ରାମସେନା ପକ୍ଷରୁ ପ୍ରକାଶ ପଧାନ ପ୍ରମୁଖ ଉପସ୍ଥିତ ଥିଲେ

Leave A Reply

Your email address will not be published.