ଡେଲାଙ୍ଗରେ ଜିଲ୍ଲାସ୍ତରୀୟ ଶିଶୁ ମେଳା ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଠା) ତରଫରୁ ୪୦ତମ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା ଡେଲାଙ୍ଗଠାରେ ଗତ ତା ୨୧, ୨୨ରିଖ ଦୁଇଦିନ ଧରି ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ନେତା ମହେନ୍ଦ୍ର ରଣସିଂହ ପତାକା ଉତ୍ତୋଳନ ସହିତ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉଦ୍‌ଘାଟନ ସଭାରେ ସଭାପତି ବିଜୟ କୁମାର ବରାଳ ପୁରୀ ଜିଲ୍ଲା ସଭାପତି ମୁଖ୍ୟ ଅତିଥି ଊଋଙ ପୁରୀ, ମୁଖ୍ୟ ବକ୍ତା ସୁଶ୍ରୀ ସାନ୍ଧ୍ୟବତୀ ପ୍ରଧାନ ପୂର୍ବତନ ଶିଶୁ ଶିଶୁସୁରକ୍ଷା ଆୟୋଗ ଅଧ୍ୟକ୍ଷା, ସମ୍ପାଦକ ବିଭୁଦତ ନାୟକ ଜିଲ୍ଲା ସମ୍ପାଦକ ଓ ସମ୍ମାନୀତ ଅତିଥି ଭାବରେ ଶଙ୍କର ସୁବୁଦ୍ଧି ସମ୍ପାଦକ ଶିକ୍ଷା ପ୍ରଦୀପ ଓଷ୍ଟା, ଅଶୋକ କୁମାର ମହାପାତ୍ର ରାଜ୍ୟ କାର୍ୟ୍ୟ କାରିଣୀ, ହୃଷିକେଶ ବଳିୟାରସିଂ ପ୍ରଧାନ ଶିକ୍ଷକ । ଏଥିରେ ୧୨ଟି ବ୍ଲକରୁ ୨୪୦ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ୨୨ତାରିଖ ଉଦ୍‌ଯାପନୀ ସଭାରେ ସଭାପତି ବିଜୟ କୁମାର ବରାଳ, ମୁଖ୍ୟ ଅତିଥି ଓଷ୍ଟା ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ, ମୁଖ୍ୟ ବକ୍ତା ପ୍ରଫେସର ଶଶାଙ୍କ ଚୂଡ଼ାମଣି, ସମ୍ପାଦକ ବିଭୁଦତ ନାୟକ, ସମ୍ମାନୀତ ଅତିଥି ଭାବରେ ପବିତ୍ର ମୋହନ ଦାଶ ରାଜ୍ୟ କାର୍ଯ୍ୟକାରିଣୀ, ମଧୁସୂଦନ ଦେ ରାଜ୍ୟ କାର୍ଯ୍ୟକାରିଣୀ, ଅଜୟ କୁମାର ଆଚାର୍ଯ୍ୟ ରାଜ୍ୟ କାର୍ଯ୍ୟକାରିଣୀ, ଲଷ୍ମୀଧର ଉପାଧ୍ୟାୟ ଯୁଗ୍ମସମ୍ପାଦକ ପୁରୀ ଜିଲ୍ଲା ଓଷ୍ଟା, ପ୍ରତାପ ଚନ୍ଦ୍ର ପଲାଇ ଯୁଗ୍ମ ସମ୍ପାଦକ ପୁରୀ ଜିଲ୍ଲା ଓଷ୍ଟା, ତରୁଣ କୁମାର ନାୟକ ପୁରୀ ଜିଲ୍ଲା ଓଷ୍ଟା, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂ । ଏହିଠାରୁ ୧୦ଜଣ ପ୍ରତିଯୋଗୀ ରାଜ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟ କ୍ରମକୁ ବିଦ୍ୟାଳୟର ସର୍ବଶ୍ରୀ ପ୍ରବୀର ମହାପାତ୍ର, ମିହିର କୁମାର ପରିଡା, ରମେଶ ଚନ୍ଦ୍ର ପରିଡା, ବୈଜୟନ୍ତୀ ମାଳା ହରିଚନ୍ଦନ, ସୂର୍ଯ୍ୟ ନାରାୟଣ ଜେନା, ସୁଶୀଲ ମୁକୁଟମଣି ଓ଼ ଅନ୍ୟମାନେ ସହଗୋଗ କରିଥିଲେ ।

Leave A Reply

Your email address will not be published.