ମୁକୁନ୍ଦି ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ଚାରି ସପ୍ତାହ ବ୍ୟାପୀ ହୋଇଥିବା ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମର ଶନିବାର ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଏବଂ ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅଧ୍ୟକ୍ଷ୍ୟା ଶ୍ରୀମତୀ ରଂଜିତା ଗୁରୁ ସଭାପତିତ୍ୱ କରିଥିଲେ ଏବଂ ଅଧ୍ୟାପକ ଶ୍ରୀ ବଳରାଜ ସିଂ ଦେଓ ସଭା ପରିଚାଳନା କରିଥିଲେ । ବାଣିଜ୍ୟ ଅଧ୍ୟାପକ ଦେବେନ୍ଦ୍ର କୁମାର ପଣ୍ଡା ଅତିଥିମାନଙ୍କର ପରିଚୟ ପ୍ରଦାନ ତଥା ସ୍ୱାଗତ ଭାଷଣ ଦେଇଥିଲେ । ନୋଡାଲ ଅଧିକାରୀ ଭାସ୍କର ଚନ୍ଦ୍ର ମେହେର ଚାରି ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ । ମନଜେଶ କୁମାର ସୁନା ଧନ୍ୟବାଦ ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.