csstore

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : କୁରସୁଡ଼ ଓ କପିଲାଭଟା ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମାଁ’ ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ତୃତୀୟ ଦିବସରେ ପହଞ୍ଚିଛି । ତୃତୀୟ ଦିବସରେ ଅତିଥି ଭାବେ ଡିଏଭି କଲେଜ ଟିଟିଲାଗଡର ଅଧ୍ୟାପକ ଭବାନୀ ଶଙ୍କର ଭୋଇ, ଅସୁର୍ଲା କ୍ଲଷ୍ଟରର ସିଆର୍‌ସିସି ହରପ୍ରସାଦ ମାଝୀ, କପିଲାଭଟା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଟଙ୍କଧର ବିଶ୍ୱାଳ, ବରତୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ କିଶୋର ମାଝୀ, ଭୀଷ୍ମଶଙ୍କର ଭୋଇ, ଯୋଗୀଚନ୍ଦ୍ର ବିଶି, ବିଜେପି ଯୁବମୋର୍ଚ୍ଚା ସଭାପତି କୁଶଧ୍ଵଜ ବେହେରା, କଣ୍ଠଶିଳ୍ପୀ ଖଗେଶ୍ୱର ବାଗ, ଶିକ୍ଷକ ଉମେଶ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ତୃତୀୟ ଦିବସର ପ୍ରଥମ ରାଉଣ୍ଡରେ ରେଙ୍ଗାଲି ଓ କୁରସୁଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ କୁରସୁଡ଼ ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ କପିଲାଭଟା ଓ ଅଇଁଲାଭଟା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଇଲାଭଟା ଦଳକୁ ପରାସ୍ତ କରି କପିଲାଭଟା ଦଳ ବିଜୟୀ ହୋଇଥିଲା । ରେଫରୀ ପୁରନ୍ଦର କରୁଆଁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣଓ ଓ ପ୍ରୀତମ ହାତୀ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ଟିକେଶ୍ୱର ବିଶିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.