ବିଳମ୍ବିତ ରାତ୍ରିରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଦେଢଗାଁରେ ବିଳମ୍ବିତ ରାତ୍ରିରେ ଘରେ ପଶି ଯୁବକଙ୍କୁ ନିର୍ମମ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ଅତର୍କିତ ଭାବେ ଧରୁଆ ଅସ୍ତ୍ରରେ ହତ୍ୟା କରି ଅଭିଯୁକ୍ତ ଫେରାର ମାରିଥିବା ଜଣାପଡ଼ିଛି । ମୃତକ ହେଉଛନ୍ତି ଦେଢଗାଁର ରୁଖାଡ଼ ଥପା ବୋଲି ଜଣାପଡ଼ିଛି । ଗାଁରେ ଉତ୍ତେଜନା ପରିସ୍ଥିତି କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ସିନ୍ଧେକେଲା ପୋଲିସ ପହଂଚି ଶବକୁ ଜବତ କରିବା ସହ ଚଲାଇଛି ଅଧିକ ତଦନ୍ତ । ଏହି ଘଟଣା ଘଟିବା ପରେ ଅଂଚଳରେ ଉତ୍ତେଜନା ଦେଖାଦେଇଛି । ତାଙ୍କର ପରିବାର ସ୍ତ୍ରୀ ଓ ଦୁଇ ପୁଅ ବେସାହାରା ହୋଇଯାଇଛନ୍ତି । ରାତି ପ୍ରାୟ ୧୦ଟା ସମୟରେ କିଛି ଲୋକ ଆସି ରଖାଡ଼ଙ୍କ ଘରକୁ ପସି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ସିନ୍ଧେକେଲା ପୋଲିସ ଘଟଣାର ଖବର ପାଇଁ ଶବ ଜବତ କରିଥିବା ବେଳେ ଜଣକୁ ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ପୋଲିସ ଏନେଇ କୌଣସି ପ୍ରତିକ୍ରିୟା ରଖିନାହିଁ ।

Leave A Reply

Your email address will not be published.