ଓସ୍ରୁ ପକ୍ଷରୁ ବଲାଙ୍ଗିରରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସେଲ୍ସ ରିପ୍ରେଜେନ୍‌ଟେଟିଭ୍‌ ୟୁନିଅନ୍‌ ଓସ୍ରୁ ତରଫରୁ ଆଜି ଏକ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସର୍ବଭାରତୀୟ ଧର୍ମଘଟ ଡାକରାରେ ଆଜି ବଲାଙ୍ଗିର ଓସ୍ରୁ ସଂଘ ତରଫରୁ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା । ଔଷଧ ଶିଳ୍ପର ଆଧୁନିକିକରଣ ଯୋଗୁଁ ସେଲ୍ସ୍‌ ରିପ୍ରେଜେନ୍‌ଟେଟିଭ୍‌ ମାନେ କ୍ଷତିଗ୍ରସ୍ତ୍‌ ହୋଇଛନ୍ତି । ଆଇନ ଅନୁସାରେ ସେମାନେ ପ୍ରଭାବିତ ହେବା ସହିତ ତାଙ୍କର ଚାକିରୀ ଓ ସର୍ତ୍ତାବଳୀ ମଧ୍ୟ ଭୟଙ୍କର ଭାବରେ ପ୍ରଭାବିତ ହୋଇଛି ବୋଲି ସେମାନେ କହିଥିଲେ । ଏଭଳି ଅନେକ ସମସ୍ୟାର ସମାଧାନ ଦାବିରେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିଛନ୍ତି । ଯଥାଶୀଘ୍ର ସେମାନଙ୍କ ପ୍ରଫେସନ୍‌ରେ ରହିଥିବା ସମସ୍ୟା ସବୁର ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.