କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି

ପୁରୀ : କାଲିଠୁ ସକାଳ ସାଢେ ୭ଟାରୁ ରାତି ୧୧ଟା ଯାଏଁ ସେବାୟତଙ୍କ ପରିବାରକୁ କେବଳ ଶ୍ରୀଜଗ‌ନ୍ନାଥ ଦର୍ଶନ ଅନୁମତି ଦିଆଯାଇଛି । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । କାଲିଠୁ ୨୫ ତାରିଖ ଯାଏଁ କେବଳ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏବଂ ୨୬ ତାରିଖରୁ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ଦର୍ଶନ ପାଇଁ ପୁରୀ ସେବାୟତଙ୍କ ସହ ପୁରୀ ବାସୀଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିରର ୪ଟି ଦ୍ୱାର ମଧ୍ୟରୁ କୌଣସି ଦ୍ୱାର ଦେଇ ସେବାୟତ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।

Leave A Reply

Your email address will not be published.