ସିରୋଲ ହାଇସ୍କୁଲରେ ଶକ୍ତି ସଂରକ୍ଷଣ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ଵାରା ଶକ୍ତି ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଏହାପରେ ପ୍ରଧାନ ଶିକ୍ଷକ ବିଜୟ କୁମାର ରଣାଙ୍କ ସଭାପତିତ୍ୱରେ ଶକ୍ତି ସଂରକ୍ଷଣ ଦିବସ ବିଦ୍ୟାଳୟର ଭାରତୀ ମଣ୍ଡପଠାରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ବଡ଼ମାଳ ଗୋଳାବାରୁଦ କାରଖାନାର ବରିଷ୍ଠ ଅଧିକାରୀ ଓମ୍‌ପ୍ରକାଶ ମିଶ୍ର, ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ମୁଖ୍ୟବକ୍ତା ଭାବରେ ବିଶିଷ୍ଟ କବି, ଅଧ୍ୟାପକ ପୂଲସ୍ତି ବେହେରା, ଶକ୍ତି କ୍ଳବ ଦାୟିତ୍ୱରେ ଥିବା ଶିକ୍ଷକ ଲିଲୁମୋହନ ପଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଶିକ୍ଷକ ମୋତିରାମ ମାଝୀ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ସରସ୍ୱତୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଶିକ୍ଷକ ରୋହିତ ନାଗ, ସୁଭ୍ରାଂଶୁ ତାଣ୍ଡି, ଗାୟତ୍ରୀ ତାଣ୍ଡି, ଝୁନୁରାଣୀ ନନ୍ଦ, ଅନୁପ୍ରିୟା ତାଣ୍ଡି, ବିନୋଦ କୁମାର ବାରିକ, ଜଗଦୀଶ ସୁନା , ମୋହନ ପ୍ରଧାନୀ, ଆନନ୍ଦିନୀ ଥନାପତି, ଅର୍ପିତା ପ୍ରିୟଦର୍ଶିନୀ ମିଶ୍ର ଓ ସୁଶାନ୍ତ ନାୟକ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.