କଂଟାବାଂଜି କେ.ଭି କଲେଜ ଦ୍ୱାରା ବାଲଦାସରେ ନୂଆ ଓଡିଶା କାର୍ଯ୍ୟକ୍ରମରେ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ କେ.ଭି କଲେଜ ଦ୍ୱାରା ମଂଗଲବାର ଦିନ ଧାମନଡଙ୍ଗା ପଂଚାୟତ ବାଲଦାସ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂଆ ଓଡିଶା ଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସରକାରଙ୍କ ବିଭିନ୍ନ ଜନ ମଙ୍ଗଳ ସରକାରୀ ଯୋଜନା ଲୋକଙ୍କଠାରେ ଠିକ୍‌ ଭାବେ ପହଂଚି ପାରୁଛି କି ନାହିଁ । ଜନସାଧାରଣ ବିଭିନ୍ନ ସରକାରୀ ଯୋଜନାରେ କିପରି ସାମିଲ ହୋଇପାରିବେ । କୌଣସି ହିତାଧିକାରୀ ସରକାରୀ ଯୋଜନାରୁ ଯେ ପରି ବଂଚିତ ନ ହେବେ । ସରକାରୀ ଯୋଜନାରେ କେଉଁମାନେ ସାମିଲ ହେବେ ଏହି ସବୁ ବିଷୟକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ସହ ଏକ ତାଲିମ ଶିବିର ମଧ୍ୟ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀଭାବେ ଧାମନଡଙ୍ଗା ପଂଚାୟତ ନାଏବ ସରପଂଚ ମିନିକେତନ ଧରୁଆ (ମୂଖ୍ୟ ଅତିଥୀ), ତୁରେକେଲା ଆଇସିଡିଏସ୍‌ ସୁପରଭାଇଜର ସ୍ରୁପ୍ରଭା ପଣ୍ଡା, ଆଶା ମାଁ, ଆଙ୍ଗନବାଡି କର୍ମୀ ସାମାଜିକ କର୍ମୀ ସୁରେନ୍ଦ୍ର ତାଣ୍ଡି (ସମ୍ମାନିତ ଅତିଥୀ) ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ କଲେଜ ଅଧ୍ୟକ୍ଷ ଦେବେନ୍ଦ୍ର ମେହେର, ଯୁକ୍ତ ଦୁଇ ନୋଡାଲ ଅଫିସର ଅଧ୍ୟାପକ ରାଜେଶ ମହାନ୍ତି, ଯୁକ୍ତ ୩ ନୋଡାଲ ଅଫିସର ଲୋହିତାକ୍ଷ ଯୋଷୀ, ସୋସିଆଲ ଏକଟିଭିଟି ନୋଡାଲ ଅଫିସର ରୋହିତ କୁମାର କୁମ୍ଭାର, ଅଧ୍ୟାପକ ନିଲାମ୍ବର ସାରକା, ସୁନିତା ସବର, ଲକ୍ଷ୍ମଣ ବେହେରା, ପ୍ରଭାସିନି ରାଉତରାଏ, କ୍ରିଡା ନୋଡାଲ ଅଫିସର ମଲୟ ନାଗ, ମନିଶ ମହାନ୍ତି ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ଗ୍ରାମର ଜନସାଧାରଣଙ୍କୁ ରାଲି ମାଧ୍ୟମ ନଗର ପରିକ୍ରମା କରିବା ସହିତ ସାଧାରଣ ସଭାରେ ସଚେତନତାର ବାର୍ତା ଦେଇଥିଲେ ।

Leave A Reply

Your email address will not be published.