ରାସ୍ତା ନାଳର ପୁନରୁଦ୍ଧାର ପାଇଁ ଶୁଭ ଦେଲେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅଧୀନସ୍ଥ ୱାର୍ଡ଼ ନମ୍ବର ୯ ଅନ୍ତର୍ଗତ ଗଣେଶ ନଗର ଓ ବନ୍ଧ ସାହିରେ ରାସ୍ତା-ନାଳର ପୁନରୁଦ୍ଧାର ତଥା ନିର୍ମାଣ ପାଇଁ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶୁଭ ଦେଇଛନ୍ତି । ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବହୁ କର୍ପୋରେଟର, ବିଜେଡି ସର୍ବବର୍ଗୀୟ ନେତୃବୃନ୍ଦ ତଥା ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତିରେ ଶୁଭ ଦେଇ ବିଧାୟକ ଶ୍ରୀ ପଣ୍ଡା ମଙ୍ଗଳ କାମନା କରିଥିଲେ । ବିଧାୟକ ଓ ମେୟର ଅଞ୍ଚଳବାସୀଙ୍କ ତରଫରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.