ବ୍ରହ୍ମପୁରସ୍ଥ ଡେକାନ ହାଏର ସେକେଣ୍ଡାରୀ ସ୍କୁଲ ତରଫରୁ ଆୟୋଜିତ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ -୨୦୨୩ ପାଳନ ଅବସରରେ ସ୍ଥାନୀୟ ଚନ୍ଦନିଆ, ଗୁଲା ରଘୁନାଥପୁରସ୍ଥିତ “ଡେକାନ ହାଏର ସେକେଣ୍ଡାରୀ ସ୍କୁଲ” ତରଫରୁ ଆୟୋଜିତ “ନୂଆଁ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖେଳ, ସାଂସ୍କୃତିକ ତଥା ସାମାଜିକ କାର୍ଯ୍ୟକ୍ରମର ସାମାରୋହର ଉଦଘାଟନୀ ଉତ୍ସବରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ଅନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ ବହୁ ଗଣ୍ୟମାନ୍ୟ ଶିକ୍ଷାବିତ୍, ବହୁ କର୍ପୋରେଟର ତଥା ସ୍ଥାନୀୟ ବିଜେଡି ନେତୃବୃନ୍ଦ, ଯୁବ, ଛାତ୍ର ଓ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ଯୋଗଦେଇ, ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନୁତନ ଭାବେ ପ୍ରଣୋଦିତ ଯୁବ ଓ ଛାତ୍ର ସମାଜର ସର୍ବ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ “ନୂଆଁ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା”କାର୍ଯ୍ୟକ୍ରମ ଏବଂ ଭୂମିକା ବିଷୟରେ ଅବଗତ କରାଇବା ସହ ସେମାନଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଥିଲେ

Leave A Reply

Your email address will not be published.