oom

ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ “ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା” ପଞ୍ଚମ ଦିବସରେ ପାରମ୍ପରିକ ସଂସ୍କୃତି ପ୍ରତିଯୋଗିତା : ସାମିଲ ହେଲେ କଣ୍ଟାବାଞ୍ଜି ବିଧାୟକ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ “ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡଃ ଶୋଭେନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ କଣ୍ଟାବାଞ୍ଜି ତଥା ମହାବିଦ୍ୟାଳୟର ପୂର୍ବତନ ପରିଚାଳନା ସମିତିର ସଭାପତି ସନ୍ତୋଷ ସିଂ ସାଲୁଜା, ସମ୍ମାନୀତ ଅତିଥି ଭାବରେ ବନାଞ୍ଚଳ ଅଧିକାରୀ ପଦ୍ମନାଭ କୁମ୍ଭାର ଯୋଗଦାନ କରିଥିଲେ । ଏହି ଅବସରରେ ପରିଚାଳନା ସମିତିର ସଭାପତି ଦିବାକର ମେହେର, ଉପାଧ୍ୟକ୍ଷ ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କେଶବ ନାରାୟଣ ଜୈନ, ଜିଲ୍ଲା ପରିଷଦ ସଭ୍ୟ ଓମ୍ ପ୍ରକାଶ କୁମ୍ଭାର, ସମିତି ସଭ୍ୟ ସିନ୍ଧେକେଲା ଭୋଲାନାଥ ବେହେରା ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ଗଜାନନ ଓ ମାଁ ବାଗଦେବୀଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଞ୍ଚାସୀନ ମୂଖ୍ୟ ଅତିଥି ବିଧାୟକ ତାଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କ ପାଠପଢା ସହିତ ସେମାନେ କିପରି ଆଗାମୀ ଦିନରେ ନିଜକୁ ଏ ଦେଶ ତଥା ଏହି ଏହି ଅଞ୍ଚଳର ଉନ୍ନତି କରି ଏ ମାଟିର ନାମ ସୁନାମ ଅର୍ଜନ କରିବେ ବୋଲି ମତ ପୋଷଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ପାରମ୍ପରିକ ନୃତ୍ୟ ପରିବେଷଣ ଓ ଲୋକସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଉଚ୍ଚ ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ତରଫରୁ ଏକ ଅତିରିକ୍ତ ଶ୍ରେଣୀ ଗୃହ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଏହି ଅବସରରେ ଅଧ୍ୟାପକ ତଥା ନୋଡାଲ ଅଫିସର ଆଲୋକ କୁମାର ରଥ, ଅଧ୍ୟାପକ ନଟବର ବେହେରା, ଅଧ୍ୟାପକ ଭାଷ୍କର ମେହେର, ଡିଲେଶ୍ୱର ନିଆଲ, ଲୋକନାଥ ମେହେର, ସୀତାରାମ ପାଣିଗ୍ରାହୀ, ରାମକୃଷ୍ଣ ବାଗ, ଆଲୋକ ମୁଣ୍ଡ, ରଞ୍ଜିତ କୁମାର ସଗରିଆ, ଗିରିଶ ଚନ୍ଦ୍ର ଧୁବଲ, ଦମୟନ୍ତୀ ମେହେର, ଜୟନ୍ତୀ ଖୁଣ୍ଟିଆ, କ୍ଷୀରସିନ୍ଧୁ ରଣା, ଭୂଷଣ ଚନ୍ଦ୍ର ମେହେର, ଜୟପ୍ରକାଶ ସାହୁ, ଜୟ ପ୍ରକାଶ ମେହେର, ତେଜେଶ୍ୱର ପ୍ରଧାନ, ବନୀତା ସାହୁ, ଦେବରାଜ ମେହେର, ରୋହିଣୀ ପ୍ରଧାନୀ, ସୁବର୍ଣ୍ଣ ସେନ୍ଦ୍ରିଆ ତଥା ସମସ୍ତ କର୍ମଚାରୀ ବୃନ୍ଦ ଏବଂ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.