ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଚତୁର୍ଥ ଦିନରେ ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଚାଲିଛି ଆଇଟି ଚଢାଉ । ବ୍ୟାଙ୍କରେ ଗଣା ଚାଲିଛି ଟଙ୍କା । ଏପଟେ ଜାରି ରହିଛି ଚଢାଉ । ୫ଟି ଇନୋଭା ଗାଡିରେ ଆସି ଆଇଟି ଅଧିକାରୀମାନେ ସୁଦପଡ଼ା ମଦଭାଟିରେ ଡେରା ପକାଇଛନ୍ତି । ପ୍ରଥମେ ଟ୍ରକ୍‌ରେ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖାକୁ ଜବତ ଟଙ୍କା ବୁହା ହୋଇଥିବା ବେଳେ ଗତକାଲି ରାତିରେ ୨୦ ପେଟି ଟଙ୍କା ପିକ୍‌ଅପ୍‌ ଭେନ୍‌ ସାହାଯ୍ୟରେ ନିଆଯାଇଛି । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ ଟଙ୍କାଗଣା ମେସିନ୍‌ ଅଣାଯାଇଥିବା ବେଳେ ମଦଭାଟି ମ୍ୟାନେଜରଙ୍କ ଉପସ୍ଥିତିରେ ଚାଲିଛି ଟଙ୍କା ଗଣତି । ଘନଘୋର ଚଢଉରେ ଅଣ୍ଟା ଭିଡି ଲାଗିପଡିଛି ଆଇଟି ବିଭାଗ । ପାହାଡ ପ୍ରମାଣେ ଗୋଟିଏ ମଦଭାଟିରୁ ଟଙ୍କା ବାହାରିବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.

error: Content is protected !!