oom

ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁଲେକେଲାକୁ ପରାସ୍ତ କରି ଚଲକି ଦଳ ଚାମ୍ପିଆନ୍‌

jsmm

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଡ଼ଖାଇ ଖେଳ ପଡିଆଠାରେ ଚାଲିଥିବା ଜୟ ରାକାମ ବୁଢା ଫୁଟବଲ କ୍ଲବ ପକ୍ଷରୁ ୪ର୍ଥତମ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ ଗୋଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସୁଲେକେଲା ଓ ଚଲକି ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ସୁଲେକେଲା ଦଳକୁ ପରାସ୍ତ କରି ଚଲକି ଦଳ ଚାମ୍ପିଆନ ହୋଇଥିଲା । ରେଫ୍‌ରି ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନ ମ୍ୟାନ ଭାବେ ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ ଓ ବୁଲୁ ମାଝୀ ସହ ଯୋଗ କରିଥିଲେ । ଏହି ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଭାବେ ପୂର୍ବତନ କପିଲାଭଟା ପଞ୍ଚାୟତ ସରପଞ୍ଚ ନେତ୍ରାନନ୍ଦ ସଗରିଆ, ତୁରେକେଲା ବ୍ଲକ ସାଂସଦଙ୍କ ପ୍ରତିନିଧି ସୁଦର୍ଶନ କଟା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ବଙ୍ଗୋମୁଣ୍ଡାର ବରିଷ୍ଠ ବିଜେପି ନେତା ନରସିଂହ ଥନାପତି, ଗ୍ରାମ ରୋଜଗାର ସେବକ ରାସବିହାରୀ ଘିଭେଲା , ଚମାର ମେହେର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ହରେକୃଷ୍ଣ ତାଣ୍ଡି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ସହ ଅର୍ଥ ରାଶି ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ଦିବ୍ୟ ସଗରିଆ, ସମ୍ପାଦକ ସୁରେନ୍ଦ୍ର ବଚ୍ଛା, କୋଷାଧ୍ୟକ୍ଷ ଅକ୍ଷ ସଗରିଆ, ରୋହିତ ବଚ୍ଛା, ପୂର୍ଣ୍ଣଚନ୍ଦ୍ର ସଗରିଆ, ଅକୃର ସଗରିଆ, ଡୁଲେ ତାଣ୍ଡି, ଭିକାରୀ ହଂସ, ଖୁସି ସଗରିଆ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.