ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସୋମବାର ନୁଆ-ଓ ଯୁବ ଓଡିଶା, ନବୀନ ଓଡିଶା ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ଡଃ ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନି ଉତ୍ସବରେ ମୁଖ୍ୟ ଅତିଥିଭାବେ ଡେଲାଙ୍ଗ କୋଠାବାଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ଦୀପକ କୁମାର ସାହୁ, ସମ୍ମାନିତ ଅତିଥିରୂପେ ଜେନାପୁର ପଞ୍ଚାୟତ ସରପଞ୍ଚ ବିଶ୍ୱନାଥ ପଟ୍ଟନାୟକ, ନୋଡାଲ ଅଫିସର ଅଧ୍ୟାପକ ଅତୁଲ କୁମାର ଦାଶ, ସାଂସ୍କୃତିକ ଉପଦେଷ୍ଟା ଅଧ୍ୟାପିକା ସ୍ନେହାଞ୍ଜଳି ମହାନ୍ତି, କ୍ରୀଡା ଉପଦେଷ୍ଟା ଅଧ୍ୟାପକ ରାକେଶ କୁମାର ସ୍ୱାଇଁ, ସାମାଜିକ ଉପଦେଷ୍ଟା ଅଧ୍ୟାପକ ଜିତେନ୍ଦ୍ର କୁମାର ମଲ୍ଲିକ, ଅଧ୍ୟାପକ ସରୋଜ କୁମାର ବଳିୟାର ସିଂହ, ଅଧ୍ୟାପକ ମନୋରଞ୍ଜନ ରଣସିଂ, ସ୍ଥାନୀୟ ନୟାବ ସରପଞ୍ଚ ନଳିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା, କ୍ରୀଡା ପ୍ରତିଯୋଗିତା ତଥା ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ଆୟୋଜିତ ହେବ ଏବଂ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ବିଦ୍ୟାଳୟର ଅଧକ୍ଷ ଡଃ ଶରତ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଥିଲେ । ଆଜି ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ନେଇ ବିଶାଳ ସ୍ୱଚ୍ଛତା ରାଲି ଓ ସଚେତନତା ଅଭିଯାନକୁ ମୁଖ୍ୟ ଅତିଥି ସରପଞ୍ଚ ଦୀପକ କୁମାର ସାହୁ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଗୀତାଞ୍ଜଳି ସାହୁ, ଅଧ୍ୟାପିକା ସୌଭାଗିନୀ ପାଢ଼ୀ, ଅଧ୍ୟାପିକା ତନ୍ମୟୀ ମହାପାତ୍ର , ଅଧ୍ୟାପିକା ପ୍ରିୟଙ୍କା ଦଳେଇ, ଅଧ୍ୟାପକ ସୁମନ୍ତ ତରେଇ, କ୍ଲର୍କ ଗଙ୍ଗାଧର ଜେନା, ସର୍ବେଶ୍ୱର ସ୍ୱାଇଁ ପ୍ରଭୁତି ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ସରୋଜ କୁମାର ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.