oom

ଯୌତୁକ ନିର୍ଯାତନା ଅଭିଯୋଗର ମାମଲା ଶୁଣାଣି : ସପରିବାର ନିର୍ଦୋଷରେ ଖଲାସ୍‌

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହିରେ ଗତ ୨୦୧୪ ମସିହାରେ ଏକ ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ବୋହୁକୁ ପୋଡି ମାରି ଦେଇଥିବା ଅଭିଯୋଗରେ ସପରିବାର ଗିରଫ୍‌ ହୋଇ ଜେଲ୍‌ ଯାଇଥିଲେ । ଉକ୍ତ ଘଟଣାରେ ସପରିବାର ନିର୍ଦୋଷରେ ଖଲାସ୍‌ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ୨୦୧୪ ମସିହା ଅକ୍ଟୋବର ମାସ ୨୫ ତାରିଖ ଦିନ ବନ୍ଧସାହି ସ୍ଥିତ ଅରୁଣ ମହାରଣାଙ୍କ ସ୍ତ୍ରୀ ଉର୍ମିଲା ମହାରଣା ପୋଡି ହୋଇ ମରିଯିବା ପରେ ତାଙ୍କର ବଡ଼ ଭଉଣୀ ଗୀତା ମହାରଣା ଗତ ୨୮.୧୦.୧୪ରେ ବାଲିଗୁଡା ଥାନାରେ ଏକ ଏତଲା ଦାଖଲ କରି ତାଙ୍କ ଭଉଣୀ ଉର୍ମିଲା ମହାରଣା, ଅରୁଣ ମହାରଣାଙ୍କ ସହ ସେମାନଙ୍କ ପିତା, ମାତାମାନଙ୍କ ବିରୁଦ୍ଧରେ ବାଲିଗୁଡା ଥାନା କେଶ ନଂ.୧୪୩/ ୨୫.୧୦.୨୦୧୪ରେ ଏକ ଯୌତୁକ ନିର୍ଯ୍ୟାତନା କରି ସପରିବାର ପୋଡି ମାରିଦେଇଥିବା ଅଭିଯୋଗ କରିଥିଲେ । ବାଲିଗୁଡା ପୋଲିସ୍‌ ଗୀତା ମହାରଣାଙ୍କ ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ଅରୁଣ ମହାରଣା, ଶଶୁର କୃଷ୍ଣ ମହାରଣା, ଦିଅର ଅଭୟ ମହାରଣା ଓ ଯାଆ ସବିତା ମହାରଣାଙ୍କୁ ପୋଲିସ ଗିରଫ୍‌ କରି ଜେଲ୍‌ ପଠାଇଥିଲେ । ଏଥିରେ ପ୍ରାୟ ୧୪ଟି ସାକ୍ଷ୍ୟ ପ୍ରମାଣକୁ ବିଚାର କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍‌ ଦିଲ୍ଲୀପ କୁମାର ବିଶ୍ୱାଳ ଅରୁଣ ମହାରଣାଙ୍କ ସପରିବାରକୁ ନିର୍ଦୋଷରେ ଖଲାସ୍‌ କରିଛନ୍ତି । ଏଥିରେ ମୁଦାଲାମାନଙ୍କ ତରଫରୁ ବାଲିଗୁଡ଼ାର ବରିଷ୍ଠ ଓକିଲ ସୁରେନ୍ଦ୍ର କୁମାର ପାତ୍ର ମକଦ୍ଦମା ପରିଚାଳନା କରୁଥିଲେ ।

jittmm
Leave A Reply

Your email address will not be published.