centurian jitm

ବଡକର୍‌ଲେ ହାଇସ୍କୁଲରେ ଜୁନିୟର ରେଡକ୍ରସ୍‌ ସଚେତନତା ଶିବିର

nschool

ଡୁଙ୍ଗୁରିିପାଲିି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବଡକର୍‌ଲେ ହାଇସ୍କୁଲ ପ୍ରାଙ୍ଗଣରେ ଏକ ଦିବସୀୟ ଜୁନିୟର ରେଡକ୍ରସ୍‌ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷାଅଧିକାରୀ ଗଣେଶ କିିଷାନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜୁିନିୟର୍‌ ରେଡକ୍ରସ୍‌ ସହାୟତାରେ ସାମଜରେ ମାନବୀୟ ସେବା ଯୋଗାଇବାକୁ ଆହ୍ୱାନ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟ ଗଣେଷ ଭୋଇ, ସରପଂଚ ରୋହିତ ସାହୁ, ପରିଚାଳନା କମିଟୀ ସଭାପତି ପଦ୍ମନାଭ ପୂଜାରୀ କାର୍ଯ୍ୟକ୍ରମରେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିୟର୍‌ ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆସନ୍ତା ମାସରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିକ୍ଷା ଓ ତାଲିମ ଶିବିର ସଂପର୍କିତ କାର୍ଯ୍ୟକ୍ରମ ବିଷୟରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନଶିକ୍ଷକ ପ୍ରମୋଦ ପ୍ରଧାନ ଶିବିରରେ ଅଧ୍ୟକ୍ଷତା କରିଥିଲେ । ଶିବିରରେ ବ୍ଲକର ବିଭିନ୍ନ ସ୍କୁଲରୁ ଯୋଗଦେଇଥିବା ଜୁନିଅର ଛାତ୍ରଛାତ୍ରୀ ଏବଂ ପରାମର୍ଶଦାତା ମାନଙ୍କୁ ସାଧନକର୍ମୀ ହୃଷିକେଶ ଡାଙ୍ଗ, ନିମାଇ ଚରଣ ମଲ୍ଲୀକ, ତପସ୍ୱିନୀ ଦାଶ, ଗୋପେଶ ପଣ୍ଡା, ହୃଷିକେଶ ଚାନ୍ଦ ପ୍ରମୁଖ ପ୍ରାଥମିକ ଚିକିତ୍ସା, ରେଡକ୍ରସ ଆନ୍ଦୋଳନ, ରକ୍ତଦାନ ଅଭିଯାନ, ରକ୍ଷକ ଭଳି ଜୀବନ ଉପଯୋଗୀ କୌଶଳ ବିଷୟରେ ତାଲିମ ଦେଇଥିଲେ । ଗ୍ରାମର ଜନସାଧାରଣଙ୍କୁ ରକ୍ତଦାନ, ସ୍ୱାସ୍ଥ୍ୟ, ପରିବେଶ, ରେଡକ୍ରସ୍‌ ସେବା ସଂପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ଗ୍ରାମ୍ୟ ଶାନ୍ତି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଅନୁଷ୍ଠିତ ହୋଇଥିବା କୁଇଜ୍‌ କମ୍ପିଟିସନ୍‌ର କୃତୀ ପ୍ରତିଯୋଗୀ ପୁନମ ପଧାନ, ଲିପ୍‌ସା ଜୁଆଡି ଓ ଦିପ୍ତୀମୟୀ ସେଠଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ । ସାମଗ୍ରିକ ଭାବରେ କାର୍ଯ୍ୟକ୍ରମକୁ ହୃଷିକେଶ ଡାଙ୍ଗ ସଂଯୋଜନା କରିଥିବା ବେଳେ ବିସିସି ନିିମାଇ ଚରଣ ମଲ୍ଲୀକ ପରିଚାଳନା କରିଥିଲେ । ରାମପୁର ନୋଡାଲ ସ୍କୁଲର ପରାମର୍ଶଦାତ୍ରୀ ତରଙ୍ଗିନୀ ମହାପାତ୍ରା ନିଜସ୍ୱ ଶିବିର ଅନୁଭୁତି ବର୍ଣ୍ଣନା କରିଥିଲେ । ଶିକ୍ଷକ ରସିକ ପଧାନ ସ୍ୱାଗତ ଅଭିଭାଷଣ ଦେଇଥିଲେ । ସ୍କୁଲର ବରିଷ୍ଠ ପରାମର୍ଶଦାତା ରବିନ୍ଦ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରମାକାନ୍ତ ପଧାନ, ଗରୁଡ ଅଦାବର, ରମାବଲ୍ଲଭ ବାରିକ, ଉମେଶ ମିଶ୍ର, ସାଧନୁ ପଧାନ, ମିଳନ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!