lika

୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ : ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ବିଭୋର

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବ ଚତୁର୍ଥ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ମହୋତ୍ସବର ଚତୁର୍ଥ ରଜନୀରେ ରାଜକୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ନିର୍ଦ୍ଧେଶକ ଲକ୍ଷ୍ମଣ ମେହେର,ସମାଜସେବୀ କିଶନଲାଲ ଅଗ୍ରୱାଲ, ସାମ୍ବାଦିକ ଅଶୋକ ଖମାରୀ, ଅନିଲ ଖମାରୀ, ଦୀପକ କୁମାର ଦାସ ଯାଦବ, ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଉତ୍ତୋରତ୍ତର କାମନା କରିବା ସହ କଳା ସଂସ୍କୃତି ବଂଚାଇ ରଖିବା ପାଇଁ ବିଧାୟକ ମତ ରଖିଥିଲେ । କଳାର ଗନ୍ତାଘର ପାଲଟିଛି ବଙ୍ଗୋମୁଣ୍ଡା । ଏହି ମଂଚ ବିଭିନ୍ନ କଳାକାରମାନଙ୍କୁ ସାଉଁଟି ରଖିବା ପାଇଁ ଦିଆଯାଉଥିବାରୁ ଆୟୋଜକ କମିଟୀକୁ ସାଧୁବାଦ ଦେଇଥିଲେ । ଏହି ଅବସରରେ ମାଟି କାରିଗର କୃଷ୍ଣଚନ୍ଦ୍ର ରଣା,ସ୍ୱର୍ଗତ ନେହେରୁ ପୁଟେଲଙ୍କ ସ୍ମୃତିରେ ତାଙ୍କ ପତ୍ନୀକୁ ସ୍ମୃତି ସମ୍ମାନ ସହ ବିଭିନ୍ନ ବେଶରେ ଅଭିନୟ କରିଥିବା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରଙ୍ଗମଂଚରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା, ବଜାଶାଲ ତରଭା ଓ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

babaa
Leave A Reply

Your email address will not be published.