ପିଏମ୍‌କେଭିୱାଇ ଯୋଜନାରେ ଆର୍‌ପିଏଲ ପରୀକ୍ଷା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସିଏସସି ତେଲିଗୋଠପଡା ତରଫରୁ ପିଏମ୍‌କେଭିୱାଇ ଯୋଜନାରେ ଆର୍‌ପିଏଲ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୫ ଜଣ ଯୁବକ ଯୁବତୀ ଯୋଗଦାନ କରିଥିଲେ । ଏଥିରେ ସିଏସସି ମୁଖ୍ୟ ପରିଚାଳକ ସମୀର ରଞ୍ଜନ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଆଶିଷ ଆମଡି ଓ ଆଲୋକ ମିଶ୍ର ପରୀକ୍ଷା ପରିଚାଳନା କରିଥିଲେ । ସିଏସସିର ମୁଖ୍ୟ ଶ୍ରୀ ପାଣିଗ୍ରାହୀ ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ।

Leave A Reply

Your email address will not be published.