ଶଙ୍କରଭୋଜି ଛକରେ ଦେଖିବାକୁ ମିଳିଛି କୋଶଲ ମହାବନ୍ଦର ବିଶେଷ ପ୍ରଭାବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ ଶଙ୍କରଭୋଜି ଛକରେ କୋଶଲ ମହାବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । କୋଶଲବାଦୀ ଆନ୍ଦୋଳନକାରୀମାନେ ରାସ୍ତା ଉପରେ ଟାୟାର୍‌ ଜାଳି ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଅବରୋଧ କରିଥିବା ଦେଖିବାକୁ ମିଳିଛି । ଶୃଙ୍ଖଳା ରକ୍ଷା ପାଇଁ ଘଟଣା ସ୍ଥଳକୁ ପୋଲିସ ପହଂଚିଥିବା ଦେଖିବାକୁ ମିଳିଛି । ଜଏ କୋଶଲ ନାରା ଦେଇ ଆନ୍ଦୋଳନକାରୀମାନେ ଜୋର୍‌ସୋର୍‌ କୋଶଲ ମହାବନ୍ଦକୁ ସଫଳ କରିବା ପାଇଁ ଅଂଟାଭିଡ଼ି ଲାଗି ପଡ଼ିଛନ୍ତି । ଶଙ୍କରଭୋଜି ଛକରେ ଟିହିଲୁ, ଅର୍ଜୁନ, ସିପନ୍‌, ରାଜୀନ, ପ୍ରିୟାଂଶୁ, ନବୀନ, ନିପନ, ବିରେନ୍‌, ରିଙ୍କୁ, ବିଟୁ, ତପନ, ସୁନୀଲ ତଥା ଆହୁରି ଅନେକ ଯୁବକ କୋଶଲ ମହାବନ୍ଦରେ ସାମିଲ୍‌ ହୋଇଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.