ବ୍ରହ୍ମପୁର ଭି.ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗରର ଭି.ଭି. ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ରଙ୍ଗେଈଲୁଣ୍ଡା ବ୍ଳକସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଉଦ୍‌ଘାଟକ ରୂପେ ଯୋଗଦେଇ ଥିଲେ ତାଙ୍କ ସମେତ ରାମ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଡୁରାର ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଡଃ ଉଷାରାଣୀ ବ୍ରହ୍ମା ତଥା ଗିରି ରୋଡ଼ ଶିକ୍ଷକ ପ୍ରଶିକ୍ଷଣ ତାଲିମ୍ କେନ୍ଦ୍ରର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଶ୍ରୀମତୀ ସବିତା ରାଣୀ ତ୍ରିପାଠୀ, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା ସମେତ ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ମହୋଦୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉଦ୍‌ଘାଟନୀ କାର୍ଯ୍ୟ ଶୁଭାରମ୍ଭ କରାଯାଇଥିଲା । ଦୁଇ ଜଣ ସହଶିକ୍ଷାଧିକାରୀଙ୍କ ସମେତ ସମସ୍ତ ସିଆର୍‌ସିସିମାନଙ୍କ ସହଯୋଗ ଓ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଥିଲେ । ଉଭୟ ବ୍ରହ୍ମପୁର ମହାନଗର ନିଗମ ଏବଂ ରଙ୍ଗେଈଲୁଣ୍ଡା ବ୍ଳକର ୧୭୬ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ରାମନାରାୟଣ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ରିଡର୍, ଡଃ ହରିହର ମୁନିଙ୍କ ସମେତ ଡଃ ଉଷାରାଣୀ ବ୍ରହ୍ମା ବିଚାରକ ରୂପେ ନିରପେକ୍ଷ ଭାବେ ପର୍ଯ୍ୟବେକ୍ଷଣ କରି ବ୍ରହ୍ମପୁର ମହାନଗର ନିଗମରୁ ୫ଗୋଟି ଏବଂ ରଙ୍ଗେଈଲୁଣ୍ଡା ବ୍ଳକ୍‌ରୁ ୪ଗୋଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା ନିମନ୍ତେ ଚୟନ ହୋଇଥିଲା । ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ମିଳିତ ପ୍ରୟାସରେ ସଫଳତାର ସହ ସଂଗଠିତ ହୋଇଥିଲା । ଜିଲ୍ଲା ବିଜ୍ଞାନ-ନିରୀକ୍ଷକ ରାମଚନ୍ଦ୍ର ମହାରଣାଙ୍କ ସହଯୋଗ ଏବଂ ପୂର୍ବତନ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ତଥା ସରକାରୀ ସି.ଟି. ହାଇସ୍କୁଲ ପ୍ରଧାନ ଶିକ୍ଷକ ପନ୍ନଙ୍ଗ ଭୂଷଣ ମାଝୀ କାର୍ଯ୍ୟକ୍ରମକୁ ପରିଚାଳନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ତଥା ପୁରସ୍କାର ସମ୍ବର୍ଦ୍ଧନା ବିତରଣ କାର୍ଯ୍ୟାକ୍ରମରେ ରଙ୍ଗେଇଲୁଣ୍ଡା ବ୍ଲକ୍ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ଓ ବ୍ରହ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୂପେନ ଚନ୍ଦ୍ର ମହାନ୍ତ ମୁଖ୍ୟ ବକ୍ତା ରୂପେ ଏବଂ ସହଶିକ୍ଷାଧିକାରୀ ସୁକାନ୍ତ ଜେନା, ଶ୍ରୀଜଗନ୍ନାଥ ଭୂୟାଁ ଏବିଇଓ କମ୍ ବିଆର୍‌ସିସି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଚୟନ ପ୍ରକିୟାକୁ ବରିଷ୍ଠ ଶିକ୍ଷକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସଂଯୋଜନା କରିଥିଲେ । ଉପସ୍ଥିତ ପ୍ରକଳ୍ପର ପ୍ରଦର୍ଶନୀ ବିଜ୍ଞାନମେଳାରେ କୃତି ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସମସ୍ତ ସିଆରସିସି ମାନଙ୍କର ଆକ୍ରାନ୍ତ ପରିଶ୍ରମ ଓ ଆୟୋଜନ କରି କାର୍ଯ୍ୟ କ୍ରମଟିକୁ ସଫଳତା ପୂର୍ବକ ସମ୍ପାଦିତ ହୋଇଥିଲା ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ମହୋଦୟ ସ୍ପଷ୍ଟିକରଣ ଦେଇଛନ୍ତି । ପରିଶେଷରେ ସମସ୍ତ ଅତିଥି ତଥା ସହଯୋଗୀ ଶିକ୍ଷକ/ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ମିଡିଆ ବନ୍ଧୁମାନଙ୍କୁ ଧନ୍ୟବାଦ୍ ଅର୍ପଣ ପୂର୍ବକ ସଭା ସାଂଗ କରାଯାଇଥିଲା ।

Leave A Reply

Your email address will not be published.