ଗୋପପୁର କମିଟି ଗଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ୩୭ତମ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବା ବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଆୟୋଜିତ ଗୋପପୁରର ପ୍ରଥମ ବୈଠକରେ ଏକ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ବିନୋଦ ମେହେର, ଉପସଭାପତି ବସନ୍ତ ମେହେର, ସମ୍ପାଦକ ବିରେନ୍ଦ୍ର ମେହେର, ସହସମ୍ପାଦକ ବାବୁଲାଲ ମେହେର, କୋଷଧ୍ୟକ୍ଷ ଭରତ ମେହେର, ଉପ କୋଷାଧ୍ୟକ୍ଷ ହରିବଡୁ ମେହେର, ସଦସ୍ୟ କ୍ଷମସାଗର ମେହେର, ଗଣେଷ ମେହେର, କିଶୋର ମେହେର, ପ୍ରକାଶ ମେହେର, ନୌକାରାଜ ମେହେର, ବବଲୁ ମେହେର, କେତନ ଭାଟି, ସାଗର ମେହେର, ଶେଷଦେବ ମେହେର, ରାମ ଭୋଇ, ବିଜୟ ମେହେର, ଭୋଳାନାଥ ମେହେର, ଭୁବନେ ମେହେର, ନୀଳମଣି ଭାଟି, କୁଞ୍ଜବନ ମେହେର, ଦେବରାଜ ମେହେର, ଝସକେତନ ପୋଡ଼, ବିରସିଂ ଭୋଇ, ପିତାମ୍ବର ମେହେର, ବ୍ରହ୍ମାନନ୍ଦ ମେହେର, ଚୈତନ୍ୟ ଅଦା ସହ ଗ୍ରାମବାସୀ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଆସନ୍ତା ୨୬/୧୧/୨୦୨୩ ରବିବାର ଦିବା ୧୧ ଘଣ୍ଟାରୁ କାର୍ଯ୍ୟକ୍ରମ ଆରମ୍ଭ ଅକୃର ଆଗମନ, ପୁତୁନା ବଧ, କୁବଲୟା ବଧ, ଷଣ୍ଢାସୁର ବଧ, କୁବଜା ଉଦ୍ଧାର, ସୁଦାମା ମାଲି ଉଦ୍ଧାର, ରଜକ ଉଦ୍ଧାର ଓ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

Leave A Reply

Your email address will not be published.