oom

ଆଟଗାଁଠାରେ ଶିଶୁମାନଙ୍କୁ ନେଇ ପତାଙ୍ଗୀ ଉତ୍ସବ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲ ଖେଳ ପଡିଆଠାରେ ୱାସିଡିଏ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କୁ ନେଇ ପତାଙ୍ଗୀ ଉତ୍ସବ ପାଳିତ ହୋଇଯାଇଛି । ପତାଙ୍ଗୀ ଉତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶିଶୁ୍‌ଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭା ସୃଜନଶୀଳତା ଦକ୍ଷତା ବିକାଶ ପାଇଁ ପତାଙ୍ଗୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ଶାରିରୀକ ମାନସିକ ପ୍ରତିଭା ବିକାଶ ପାଇ ପତାଙ୍ଗୀରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ସିଡବ୍ଲୁସି ସନ୍ଧ୍ୟାରାଣୀ ପଣ୍ଡା, ଯୋଗେଶ୍ୱର ମହାନ୍ତି, ଏବିଡିଓ ଲକ୍ଷ୍ମଣ ପଧାନ, ସରସ୍ୱତୀ ନନ୍ଦ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଆଟଗାଁ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଯୋଷୀ, ଦିଗାମ୍ବର ନାଏକ, ଆଟଗାଁ ସରପଂଚ ସାଳିନୀ ସେଠି, ମହିମୁଣ୍ଡା ସରପଂଚ ରଞ୍ଜିତା ଭୋଇ, ଲମ୍ବୋଦର ଦୀପ ପ୍ରମୁଖ ଯୋଗ ଦେଇଥିଲେ । ୱାଇସିଡିଏ ଜିଲ୍ଲା ସଂଯୋଜକ ଆନନ୍ଦିନୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଶିଶୁଙ୍କ ଦକ୍ଷତା ବୃଦ୍ଧି ସଠିକ୍‌ ଲାଳନ ପାଳନ ସହିତ ଉଚିତ ସଂସ୍କାର ଶିକ୍ଷା ପ୍ରତି ଦୃଷ୍ଟି ଦେବା ପାଇଁ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଶେଷରେ କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରୋଗ୍ରାମ ମେନେଜର ଜ୍ୟୋତି କୁମାର ରଥ କାର୍ଯ୍ୟକ୍ରମ ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ପତାଙ୍ଗୀ ଉତ୍ସବରେ ୩୫୦ରୁ ଅଧିକ ଅଭିଭାବକ, ଅଙ୍ଗନୱାଡି କର୍ମୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଉତ୍ସବକୁ ୱାସିଡିଏ ଅନୁଷ୍ଠାନର କର୍ମକର୍ତ୍ତା ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.