oom

ରେଳ ଉପଭୋକ୍ତା ସଂଘର ଜରୁରୀ ବୈଠକ

jsmm
  • ଡିଆର୍‌ଏମ୍‌ଙ୍କ ଅନୁରୋଧକୁ ରକ୍ଷା କରି ଆସନ୍ତା ୧୯ ତାରିଖ ରେଳ ଉପଭୋକ୍ତା ସଂଘର ଧାରଣା ସ୍ଥଗିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ମାଲପଡା ସ୍ଥିତ ବିଡିଆର୍‌ୟୁଏ କାର୍ଯ୍ୟାଳୟଠାରେ ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କର ସଭାପତିତ୍ୱରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଆଲୋଚନାର ବିଷୟ ଥିଲା ଯେ, ପୂର୍ବ ନିର୍ଦ୍ଧାରିତ ଧାରଣା ପରିଷଦ ବୈଠକରେ ରେଳ ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲା ତଥା ପଶ୍ଚିମ ଓଡିଶାକୁ ବୈମାତୃକ ମନୋଭାବ ପୋଷଣ କରୁଥିବା ଏବଂ ରେଳ ଉପଭୋକ୍ତାମାନଙ୍କ ବିଭିନ୍ନ ଦାବୀଗୁଡିକୁ ଅଣଦେଖା କରୁଥିବା ନେଇ ସଂଘ ୧୯/୧୧/୨୦୨୩ ରିଖ ଦିନ ସ୍ଥାନୀୟ ରେଳ ଷ୍ଟେସନଠାରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଦେବା ନିଷ୍ପତ୍ତି ହୋଇଥିଲା । କିନ୍ତୁ ଏନେଇ ଡିଆରଏମ୍‌ କାର୍ଯ୍ୟାଳୟର ପତ୍ର ଅନୁରୋଧ ଅନୁସାରେ ପୁଣିଥରେ ବଲାଙ୍ଗିର ରେଲ ଉପଭୋକ୍ତା ସଂଘ ସହ ଆଲୋଚନା କରିବାକୁ ସ୍ଥିତ ହୋଇଛି । ତେଣୁ ସଂଘ ଡିଆର୍‌ଏମ୍‌ଙ୍କ ଅନୁରୋଧ ରକ୍ଷା କରି ଆଲୋଚନାରେ ଭାଗ ନେବ ଏବଂ ରେଳ ଉପଭୋକ୍ତାଙ୍କର ଦାବୀଗୁଡିକ ଉପସ୍ଥାପନ କରିବ । ଯଦି ଏହି ଦାବୀଗୁଡିକ ରେଳ ବିଭାଗ କର୍ଣ୍ଣପାତ ନ କରେ ତେବେ ରେଳ ଉପଭୋକ୍ତ ସଂଘ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବ । ତେଣୁ ଆସନ୍ତା ତା.୧୯.୧୧.୨୩ ରିଖ ଦିନ ହେବାକୁ ଥିବା ଧାରଣ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । ଏହି ସଭାରେ ବଲାଙ୍ଗିର ରେଳ ଷ୍ଟେସନ ମ୍ୟାନେଜର ସୁରେଶ ଚନ୍ଦ୍ର ଦାସ ଡିଆର୍‌ଏମ୍‌ଙ୍କ ପ୍ରତିନିଧି ରୂପେ ଉପସ୍ଥିତ ଥିଲେ । ଆଜିର ଆଲୋଚନାରେ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ଉପସଭାପତି ଅଶୋକ କୁମାର ମିଶ୍ର, ନିତ୍ୟାନନ୍ଦ ମିଶ୍ର, ଛବିଲାଲ ବେହେରା, ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ଯୁଧିଷ୍ଟିର ମିଶ୍ର, ମନୋରଂଜନ ପୁରୋହିତ, ପ୍ରଭାକର ମିଶ୍ର, ମହେଶ୍ୱର ସାହୁ, ବିନୟ କୁମାର ମିଶ୍ର, ଋତୁରାଜ ସିଂହ । ସଭା ଶେଷରେ ସଂପାଦକ ଦିବାକର ହୋତା ଧନ୍ୟବାଦ ଅର୍ପଣ କଲେ ।

jittmm
Leave A Reply

Your email address will not be published.