ବିନୋଦ ସ୍ମାରକୀ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଢୁଲୁସର : ଜରାସିଂହା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟ୍‌ବଲ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଂଚମ ଦିବସରେ ବିଏନ୍‌ଏଏ ଜରାସିଂହା ୨-୦ ଗୋଲରେ ପ୍ରୋଗ୍ରେସିଭ୍‌ କ୍ଲବ ବଲାଙ୍ଗିରକୁ ହରାଇ ବିଜୟୀ ହୋଇଛି । ସଦର ବ୍ଲକ ବଲାଙ୍ଗିର ଅଧ୍ୟକ୍ଷା ସରିତା ବାଗ ମୁଖ୍ୟ ଅତିଥି ଭାବେ ଓ ପୂର୍ବତନ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ, ପୂର୍ବତନ ଖେଳାଳି ରାମକୁମାର କୁମୁରା, ଆୟୋଜନ କମିଟି ସଦସ୍ୟ ଚମରା ମହାକୁର ଓ ସ୍ୱୟଂ ସହାୟକ ଗୋଷ୍ଠୀର ଶଶିକଳା କୁମୁରା ମଂଚାସୀନ ଥିଲେ । ରେଫରି ଭାବେ ଖେଳକୁ ସଂଜିବ ମହାରଣା, ଜଳନ୍ଧର ସାହୁ, ପୁରୁଷୋତ୍ତମ ବୁଡେକ ଓ ମଣ୍ଟୁ ବେହେରା ପରିଚାଳନା କରିଥିବା ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଆଜିର ଶ୍ରେଷ୍ଠ ଖେଳାଳି ଭାବେ ଜରାସିଂହା ଦଳର କପିଳେଶ୍ୱର ନାଏକଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ବାଗ ପୁରସ୍କୃତ କରିଥିଲେ । ମନୋଜ ରଣା, ଭାଗିରଥି କଅଁର, ଡୋଳାମଣି କୁମୁରା, ଗଣେଷ ରଣା, ପ୍ରେମଲାଲ ବୁଡେକ, ପରମାନନ୍ଦ ଧରୁଆ, ପ୍ରେମାନନ୍ଦ ବେହେରା, ବିଶ୍ୱାମିତ୍ର କଅଁର, ବିପ୍ଲବ ନାହାକ, ମହାଦେବ ଧରୁଆ, ଦିନେଶ ଧରୁଆ, ବିନାୟକ ନାହାକ ପ୍ରମୁଖ ସହଯୋଗ କରିଥିଲେ । ୧୮ ତାରିଖ ଶନିବାର ଜେକେୱାଇଏସ୍‌ କାଲସାଏପାଲି ବନାମ ବିଏନ୍‌ଏଏ ଜରାସିଂହା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.