ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ମେଳା କୁଶଙ୍ଗ ସ୍ଥିତ ନୋଡାଲ ହାଇସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଲୋଇସିଂହା ଗୋଷ୍ଠୀ ଶିକ୍ଷାଧିକାରୀ ରୀନା କୁମାରୀ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳୀ ପଟେଲ, ସମିତି ସଭ୍ୟ ସୁରେନ୍ଦ୍ର ଛତ୍ରିଆ, ଏବିଇଓ ବ୍ୟାସଦେବ ରାୟ, ଋଷିମତି ତ୍ରିପାଠୀ, ଟଙ୍କଧର ଭୋଇ, ପ୍ରଧାନ ଶିକ୍ଷକ ଭୋଲାନାଥ ପଡ଼ିଆ, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶିବ ପ୍ରସାଦ ତ୍ରିପାଠୀ, ଆବାହକ ଅଶୋକ ତ୍ରିପାଠୀ, ବିଜ୍ଞାନ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ବିଚାରକ ଭାବେ ସରୋଜ ହୋତା ଓ ମନୋଜ ମିଶ୍ର ଏବଂ ପର୍ଯ୍ୟବେକ୍ଷକ ଭାବେ ସୁନୀଲ ପାତ୍ର ଯୋଗ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ମୋଟ ୧୩୧ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ତନ୍ମଧ୍ୟରୁ ୬ଟି ପ୍ରକଳ୍ପ ଜିଲ୍ଲାସ୍ତରୀୟ ମେଳାକୁ ଉନ୍ନୀତ ହୋଇଥିବା ଜଣାଯାଇଛି । ଶିକ୍ଷକ ସଚିଦାନନ୍ଦ ସାହୁ ସ୍ଵାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ଅର୍ଚ୍ଚିତା ରାଉତ ଧନ୍ୟବାଦ୍ ଅର୍ପଣ କରିଥିଲେ ।