ମୁରିବାହାଲ ଡିଗ୍ରୀ କଲେଜର ନବନିର୍ମିତ ପାଚେରୀ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଜିଲ୍ଲା ପରିଷଦର ଆଇଏପି ଯୋଜନାରେ ୨୦୨୨-୨୩ ବର୍ଷରେ ନବନିର୍ମିତ ୧୦ଲକ୍ଷ ଟଙ୍କାର କଲେଜ ପାଚେରୀକୁ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦ୍‌ଘାଟନ କରିଛନ୍ତି । କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ମଣ୍ଡଳ ସମ୍ପାଦକ ନାରାୟଣ ସାହୁ, ରାଜେଶ ଶର୍ମା, ରାଜୀବ ମହାନ୍ତି, ମକୁନ୍ଦ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ନାୟକ ସାଂସଦଙ୍କୁ ବ୍ଲକର ଏକମାତ୍ର ଡିଗ୍ରୀ କଲେଜରେ ୪୫ ପ୍ରତିଶତ ଏସ୍‌ଟି, ଏସ୍‌ସି ସହ ମୋଟ ୧୨୪୮ ଛାତ୍ରଛାତ୍ରୀ ପାଠ ପଢୁଥିବାରୁ ଏଠାରେ ବାଳକ ଓ ବାଳିକା କମନ ରୁମ ତଥା ବାଳକ ଓ ବାଳିକା ହଷ୍ଟେଲ ନିର୍ମାଣ କରିବା ତଥା କଲେଜକୁ ଅଧିକ ଆର୍ଥିକ ଅନୁଦାନ ମଞ୍ଜୁର କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ବରିଷ୍ଠ ଓଡିଆ ଅଧ୍ୟାପକ ଦିଲ୍ଲୀପ କୁମାର ପସାୟତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 × five =