ସର୍ବ ଭାରତୀୟ ସେବା ସମବାୟ ସପ୍ତାହର ଜିଲ୍ଲାସ୍ତରୀୟ ମହୋତ୍ସବ ଉଦ୍‌ଯାପିତ

  • ସମବାୟ ଆନ୍ଦୋଳନକୁ ଦୃଢ଼ୀଭୁତ କରିବା ଆଜିର ଲକ୍ଷ୍ୟ : ଜିଲ୍ଲାପାଳ

ସୋନପୁର, (କେପିଏନ୍‌ଏସ୍‌) : ଓଡିଶା ସମବାୟ ବିଭାଗ ପକ୍ଷରୁ ଆୟୋଜିତ ୭୦ତମ ସର୍ବ ଭାରତୀୟ ସେବା ସମବାୟ ସପ୍ତାହ ପାଳନର ଜିଲ୍ଲାସ୍ତରୀୟ ମହୋତ୍ସବ ଆଜି ସୁବର୍ଣ୍ଣପୁର ନିଉ ଟାଉନ ହଲରେ ଉଦ୍‌ଯାପିତ ହୋଇଯାଇଛି । ସଭାର ଅଧ୍ୟକ୍ଷ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ ସାମୁହିକ ଭାବେ କ୍ରୟ ବିକ୍ରୟ କରିବା ଓ ସମବାୟ ଆନ୍ଦୋଳନକୁ ଦୃଢ଼ୀଭୂତ କରିବା ଏ ଉତ୍ସବର ଲକ୍ଷ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦେଇ ଜଣେ ଚାଷୀ ପରିବାରର ଝିଅ ଭାବେ ସେ ନିଜର ଅନୁଭୂତିକୁ ବାଣ୍ଟିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ୍ୱର ପାଣିଗ୍ରାହୀ, ପୌର ଅଧ୍ୟକ୍ଷା ତମସୀ ତାମସ୍ମିତା ନାଏକ, ରାଜ୍ୟ ହାଉସିଂ ବୋର୍ଡ ସଦସ୍ୟ ରାଜ କୁମାର ମିଶ୍ର, ପରେଶ କୁମାର ପାତ୍ର (ସହକାରୀ ମହାସମୀକ୍ଷକ ବାଲାଙ୍ଗିର) ସୋନପୁର ସହକାରୀ ନିବନ୍ଧକ ପାଣୁ ଚରଣ ସାହୁ, ବିଏମ୍‌ପୁର ସହକାରୀ ନିବନ୍ଧକ ପ୍ରେମାନନ୍ଦ ଦୀପ, ଯୋଗଦେଇ ଚାଷୀ ଓ ପ୍ୟାକ୍ସ କର୍ମଚାରୀଙ୍କୁ ଏ ସପ୍ତାହ ପାଳନର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବିସ୍ତାର ଭାବେ ବୁଝାଇ ନିଷ୍ଠାର ସହିତ କାର୍ଯ୍ୟ କରି ଜିଲ୍ଲାର ସମବାୟ ସଂସ୍ଥାର ରେକର୍ଡ ରଖିବାକୁ ପ୍ରେରଣା ଦେଇଥିଲେ । ଏହି ଅବସରରେ ସ୍କୁଲ ଓ କଲେଜ ସ୍ତରରେ ଅନୁଷ୍ଠିତ ଜୁନିଅର ଓ ସିନିଅର ବର୍ଗର ଡିବେଟ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସହ ନିବନ୍ଧକ ଶ୍ରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଡୁଙ୍ଗୁରିପାଲି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଉଦିତ ବାବୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୁବି ବେହେରା ସଭା ପରିଚାଳନା କରିଥିଲେ । ସହ ନିବନ୍ଧକ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 × three =