ଟିଟିଲାଗଡ ଲିଓ କ୍ଲବ ଦ୍ୱାରା ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଘାଟିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଟିଟିଲାଗଡ ଲିଓ କ୍ଲବ ତରଫରୁ ସ୍ଥାନୀୟ ଓମ୍‌ ଭ୍ୟାଲି ସ୍କୁଲ ଖେଳ ପଡିଆରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଶୁକ୍ରବାର ଦିନ ଉଦ୍‌ଘାଟନ ଅବସରରେ ଲାୟନ୍ସ କ୍ଲବର ୱାଇଏଲ୍‌ଏଲ୍‌ଆଇ ଡିଷ୍ଟ୍ରିକ୍ଟ କୋର୍ଡିନେଟର ଶ୍ରୀମତୀ ବିନ୍ଦୁ ସାହୁ, ଲାୟନ୍ସ କ୍ଲବ ସଭାପତି ସନ୍ତୋଷ କୁମାର ମହାନ୍ତି, ରିଜିଓନାଲ୍‌ ଚେୟାର ପର୍ସନ ଦୀପକ ପୃଷ୍ଟିଙ୍କ ସମେତ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟମାନଙ୍କ ଉପସ୍ଥିତିରେ ଫିତା କାଟି ଶୁଭାରମ୍ଭ କରିଥିଲେ ।

ଏହି ପ୍ରତିଯୋଗିତାରେ ଟିଟିଲାଗଡ ସହରର ଆଠଗୋଟି ଟିମ୍‌ ଅଂଶ ଗ୍ରହଣ କରିଥିବା ବେଳେ ଉଦ୍‌ଘାଟନୀ ମ୍ୟାଚରେ ସେଣ୍ଟଆନି ସ୍କୁଲ ଓ ପ୍ରଭାବତି ସ୍କୁଲ ମଧ୍ୟରେ ଖେଳା ଯାଇଥିବା ବେଳେ ପ୍ରଭାବତୀ ସ୍କୁଲ ବିଜୟୀ ହୋଇଥିଲେ । ଦିତୀୟ ମ୍ୟାଚ ଓମ୍‌ ଭ୍ୟାଲି ସ୍କୁଲ ଓ ଶିଶୁ ମନ୍ଦିର ମଧ୍ୟରେ ଖେଳା ଯାଇଥିବା ବେଳେ ଶିଶୁ ମନ୍ଦିର ସ୍କୁଲ ବିଜୟୀ ହୋଇଥିଲେ । ତୃତୀୟ ମ୍ୟାଚ୍‌ଟି ବାଳକ ଉଚ୍ଚ ବିଦ୍ୟାଳୟ ଓ ସିଦ୍ଧି ବିନାୟକ ଆବାସିକ ବିଦ୍ୟାଳୟ ଭିତରେ ଖେଳା ଯାଇଥିବା ବେଳେ ସିଦ୍ଧିବିନାୟକ ସ୍କୁଲ ଖେଳରେ ବିଜୟୀ ହୋଇଥିଲେ । ପ୍ରଥମ ସେମି ଫାଇନାଲ ମ୍ୟାଚ ସିଦ୍ଧି ବିନାୟକ ଆବାସିକ ବିଦ୍ୟାଳୟ ଓ ମହେଶ୍ୱର ହିନ୍ଦି ହାଇସ୍କୁଲ ମଧ୍ୟରେ ଖେଳା ଯାଇଥିବା ବେଳେ ମହେଶ୍ୱର ହିନ୍ଦୀ ହାଇସ୍କୁଲ ଫାଇନାଲରେ ପ୍ରବେଶ କରିଛନ୍ତି । ଖେଳ ପଡିଆରେ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ପାଇଁ ଓମ୍‌ ଭ୍ୟାଲି ସ୍କୁଲର ଅଧ୍ୟକ୍ଷ ମହେଶ୍ୱର ପ୍ରସାଦ ମିଶ୍ର, ଲାୟନ୍ସ କ୍ଲବ ମିଡିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, କ୍ଲବ ସମ୍ପାଦକ ଅଜିତ ଚାନ୍ଦ ପାତ୍ର ପଡ଼ିଆ ଭିତରକୁ ଯାଇ କରମର୍ଦନ କରିଥିଲେ । ଏହି ଖେଳକୁ ପରିଚାଳନା କରିବାରେ ଲିଓ କ୍ଲବ ସଭାପତି ଏମ୍‌ଡି ରୀହାନ, ସମ୍ପାଦକ ଶୁଭ ଦ୍ଵୀପ ସାମନ୍ତ, ପ୍ରୋଜେକ୍ଟ ଚେୟାର ମେନ୍ ପ୍ରତ୍ୟୁଷ ସାହୁ, ଅଭିଷେକ ପଟ୍ଟନାୟକ, ଅଙ୍କିତ ଗୁପ୍ତା, ଶଙ୍କର ପ୍ରଧାନ, ଶ୍ରୀତମ ସାହୁ, ଏମ୍‌ଡି ସାହିଲ, ସାୟଦ ଅବଦୁଲ ସହବାଜ, ସୋମେଶ ସିନହା, ସ୍ୱରୂପ ଶଙ୍କର ସାହୁ, ନିଶାନ୍ତ ଅଗ୍ରୱାଲ, ରୋଶନ ଖମାରୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.