ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଜି ସର୍କିଟ ହାଉସଠାରେ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ୧୭ ନଭେମ୍ବର ୨୦୨୩ତାରିଖରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବଲାଙ୍ଗିର ବ୍ଲକ ଏବଂ ୨୧/ନଭେମ୍ବର ୨୦୨୩ଦିନ ଦେଓଗାଁ ବ୍ଲକ ଘେରାଓ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ହୋଇଛି । ବିଶିଷ୍ଟ କ୍ରୀଡାବିତ୍ ଆଇନଜୀବୀ ତଥା ବିଜେପି ନେତା ଅମନ ନାଗଙ୍କ ଦେହାନ୍ତରେ ଆଜି ବିଜେପି ପରିବାର ମର୍ମାହତ । ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରଥମେ ବିଜେପି ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ନେତା ଗୋପାଲଜୀ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପଙ୍କଜିନି ପଣ୍ଡା, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅମିତ୍ ସିଂନିନା, ନଗର ସଭାପତି ପିତାମ୍ବର ଖମାରୀ, ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟ ରଞ୍ଜିତା ପାଣିଗ୍ରାହୀ, ବାସୁଦେବ ସିଂନିନା, ବନଶ୍ରୀ ଆଚାର୍ଯ୍ୟ, ଦେବବ୍ରତ ନିନା, ନରେଶ ଅଗ୍ରୱାଲ, ଅନୁସୟା ବେଜ୍, ସୌଦାମିନୀ ମିଶ୍ର, ସତ୍ୟବତୀ ଗୁରୁ, ଦେବପ୍ରତାପ ଷାଣ୍ଡ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.