ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର(ଡୁଡୁକ।) ବ୍ଲକ୍‌ଠାରେ ବଲାଙ୍ଗିର ଜିଲ୍ଲା ପାଇଁ ବିଜୁ କନ୍ୟା ରତ୍ନ ଯୋଜନା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଲୋଗୋ ଉନ୍ମୋଚନ କରି ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ଦାସ, ଏ ବିଡିଓ ରୁଦ୍ରପ୍ରସ।ଦ ସୁନା, ବ୍ଲକ୍ ଉପାଧ୍ୟକ୍ଷା ବି ଇ ଓ ଦିଲୀପ କୁମାର ପାଠି, ମେଡିକାଲ ଅଫିସର, ଜିଲ୍ଲା ପରିଷଦ ସଭ୍ୟା ବିଣାପାଣି ଦାସ, ଶିଶୁ ମଙ୍ଗଳ ସମିତିର ସନ୍ଧ୍ୟାରାଣି ପଣ୍ଡା, ସୀତାରାମ ହୋତା, ବ୍ଲକ୍ ଉପାଧ୍ୟକ୍ଷା ନିରୁପମା ପଧାନ ଉପସ୍ଥିତ ରହି ଲୋଗୋ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ ପରିଚାଳନା କରି ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଜଣାଇଥିଲେ । ସୁରକ୍ଷା ଅଧିକାରୀ ଚୁଡ଼ାମଣି ପଣ୍ଡା ଉକ୍ତ ବୈଠକର କାର୍ଯ୍ୟକ୍ରମକୁ ପରିଚାଳନା କରି ଆଶୀର୍ବାଦ ଯୋଜନାର ସହାୟତା ରାଶି, ପୃଷ୍ଠପୋଷକତା ସହାୟତା ରାଶି, ବ୍ଲକସ୍ତରୀୟ କମିଟିର ସଭ୍ୟ, ସଭ୍ୟାଙ୍କ କାର୍ଯ୍ୟକ୍ରମ ଉପରେ ସଚେତନ କରିଥିଲେ । ଏହି ଅବସରରେ ସାମାଜିକ କର୍ମୀ ଅରୁଣ କୁମାର ଖୁଆସ ଉକ୍ତ ଯୋଜନାର ଉପରେ ଆବଶ୍ୟକୀୟ ନଥି ପତ୍ର ଉପରେ ସଚେତନ କରିଥିଲେ ।

Leave A Reply

Your email address will not be published.