କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ କ୍ରେଟ୍ ବଣ୍ଟନ

csstore

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ସ୍ଥିତ ମିଶନ ଶକ୍ତି ସଭା ଗୃହଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ଓ ମହିଳା ସାମୁକ୍ଷ ଫାର୍ମର୍ସ ପ୍ରଡୁସର କମ୍ପାନୀ ଲିମିଟେଡର ସଭ୍ୟାମାନଙ୍କୁ ନେଇ ଉଦ୍ୟାନ ବିଭାଗ ତରଫରୁ କ୍ରେଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ସମ୍ମାନିତ ଅତିଥି ଭାବରେ ବଙ୍ଗୋମୁଣ୍ଡା ପଂଚାୟତ ସମିତି ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିଡିପିଓ ମାଧୁରୀ ହୋତା, ଓଏଲ୍ଏମ୍ ବିପିଏମ୍ ବିଜୟ ବେହେରା, ମିଶନ ଶକ୍ତି ବିପିସି ଘଣ୍ଟଧର ବାଗ, ବିଏଲ୍‌ସି ଡ.ସତ୍ୟପ୍ରିୟ ବେହେରା, ଏପିସି ପ୍ରୋଗ୍ରାମ ମେନେଜର ଗୁରୁଗୋବିନ୍ଦ ସିଂହ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉଦ୍ୟାନ ବିଭାଗର କର୍ମକର୍ତ୍ତା ଗଣ ସୁଶିଳ ମେହେର, କ୍ଷୀର ଭୋଇ, ଗଜାନନ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ରେଟ୍‌ର ଉପାଦେୟତା ଉପରେ ଅତିଥି ବୃନ୍ଦ ଉପସ୍ଥିତ ସଭ୍ୟାମାନଙ୍କୁ ବିଶଦ୍ ଭାବରେ ବୁଝାଇ ଥିଲେ । ଏଥିରେ ବହୁ ମହିଳାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.