csstore

ଅସାମାଜିକ କାର୍ଯ୍ୟ ନେଇ ଯୋଗୀମୁଣ୍ଡା ରାଜେନ୍ଦ୍ର ମେହେର ମହାବିଦ୍ୟାଳୟ ପୁଣି ଚର୍ଚ୍ଚାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନରେ କଲେଜରେ ଅଧ୍ୟାପକ ମାନେ ପାଠ ପଢ଼ାଉଥିବା ବେଳେ ରାତିରେ ରାତ୍ରି ଜଗୁଆଳି ବଲାଙ୍ଗିର ଅଞ୍ଚଳରୁ ଦେହଜୀବୀମାନଙ୍କୁ ଡକାଇ କଲେଜ ପରିସରରେ ଦେହ ବେପାର କରୁଥିବା ଖବର ପାଇ ପୋଲିସ ଗିରଫ କରିଛି ରାତ୍ରି ଜଗୁଆଳିଙ୍କୁ । ଏପରି ଏକ ଘଟଣା ଘଟିଛି ପାଟଣାଗଡ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ରାଜେନ୍ଦ୍ର ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ । ସୂଚନା ଅନୁଯାୟୀ କଲେଜରେ ରାତ୍ର ସମୟରେ ଦେହ ବେପାର ଚାଲୁଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଟିମ୍‌ ରବିବାର ରାତିରେ ଚଢ଼ାଉ କରି ବଲାଙ୍ଗିର ଅଞ୍ଚଳର ଜଣେ ଦେହଜୀବୀ ସହ କଲେଜର ରାତ୍ରି ଜଗୁଆଳି ଟିକେରାମ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ଚଢ଼ାଉ ସମୟରେ ରାତ୍ରିର ସୁଯୋଗ ନେଇ ଗ୍ରାହକ ମାନେ ଖସି ପଳାଇଯାଇଥିବା ଜଣାପଡିଛି । ଏହି ଦେହ ବେପାରରେ କେଉଁମାନେ ସଂଶ୍ଲିଷ୍ଟ ଅଛନ୍ତି, ତାହା ପାଟଣାଗଡ଼ ପୋଲିସ ତଦନ୍ତ କରୁଥିବା ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ପ୍ରକାଶ କରିଛନ୍ତି । ସୂଚନା ଥାଉକି ପୂର୍ବରୁ ଉକ୍ତ କଲେଜରେ ଦୁଇ ଜଣ ଅଧ୍ୟାପକ ନକଲି ସାର୍ଟିଫିକେଟ ଦେଇ ଚାକିରି କରି ଧରାପଡ଼ିଥିଲେ । ସରକାରୀ ଶିକ୍ଷାନୁଷ୍ଠାନ ଭଳି ପବିତ୍ର ଜାଗାରେ ଦେହ ବେପାର ଭଳି ହୀନ କାମ ଚାଲୁଥିବା ନେଇ ଜନସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.