csstore

ଗିରଫ୍‌ ହେଲେ ନକଲି ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶିକ୍ଷା ବିଭାଗରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ଡଙ୍ଗାପଦର ପ୍ରାଥମିକ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ତୁଷୁରା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସଂପୃକ୍ତ ଶିକ୍ଷକଙ୍କ ନାମରେ ପୂର୍ବରୁ ଗୁଡ଼ଭେଲା ବିଇଓ କାର୍ଯ୍ୟାଳୟ ପକ୍ଷରୁ ଅଭିଯୋଗ ରହିଥିଲା । ଶିକ୍ଷକ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଗିରଫ ନ କରିବାକୁ ନିର୍ଦ୍ଦେଶ ରହିଥିଲେ ବି ପରବର୍ତ୍ତୀ ସମୟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କୁ ପୋଲିସ ଗିରଫ କରିଥିବା ଏସ୍‌ଡିପିଓ ତୋଫାନ ବାଗ୍‌ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.