ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସଂଘର ସାଧାରଣ ପରିଷଦ ବୈଠକ ସଂପାଦକ ପ୍ରଭାକର ମିଶ୍ରଙ୍କ ଆବାହକତ୍ୱରେ ସ୍ଥାନୀୟ ଯାଦବ ଭବନରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଥିବାରୁ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ସଭାପତି ଅବଦୁଲ ଜମାଲ ଖାନ । ଶ୍ରୀ ଖାନ ଉପସ୍ଥିତ ଥିବା ଜିଲ୍ଲାର ସାଂସ୍କୃତିକ ସଂଗଠନର ସଂଘ କିପରି ଭାବରେ ସୁଦୃଢ ହୋଇ କଳାକାରମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବ ତା’ ଉପରେ ଆଲୋକପାତ କରିଥିଲେ । ଇଣ୍ଡିଆନ୍ ଆଇଡଲ୍ ପ୍ରତିଯୋଗିତାରେ ଗୋଲ୍ଡେନ ଟିକଟ ହାସଲ କରିଥିବା ଦିଲ୍ଲୀପ କୁମାର ସିଂଦେଓ ଓ ନଳୀନି ସିଂଦେଓଙ୍କ ସୁପୁତ୍ର ଅଜୟ ଅମର ସିଂଦେଓଙ୍କୁ ଫୁଲତୋଡା ଓ ପ୍ରସସ୍ତି ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା କରିଥିଲେ ବରିଷ୍ଠ କଳାକାର କାଳିପ୍ରସାଦ ଷଡଙ୍ଗୀ ଓ ସନାତନ ଠାକୁର ଏବଂ ସମ୍ବର୍ଦ୍ଧନା ପତ୍ର ପଠନ କରିଥିଲେ ଜିଲ୍ଲା କଳାକାର ସଂଘ ମହିଳା ସଂଯୋଜିକା ସଂଗୀତା ଦାସ । ସମ୍ବର୍ଦ୍ଧିତ ପ୍ରତିଭା ଅଜୟ ଅମର ତାଙ୍କର ହାସଲ କରିଥିବା କୃତିତ୍ୱ ଉପରେ ସମସ୍ତଙ୍କୁ ଅବଗତ କରିଥିଲେ । ସମ୍ବଲପୁରୀ କୋଶଳୀ ଭାଷାରେ ନିର୍ମିତ ମାଇଣ୍ଡ ଗେମ୍ ସିନେମା ରୟାଲ ସିନେମା ହଲରେ ଅନ୍ତତଃ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ସମୟରେ ଜନସାଧାରଣଙ୍କୁ ଦେଖାଇବା ପାଇଁ ଅଜୟ କୁମାର ନାଗଙ୍କ ନେତୃତ୍ୱରେ ହଲର ମ୍ୟାନେଜରଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସଂପାଦକ ଶ୍ରୀ ମିଶ୍ର କଳାମଣ୍ଡଳ ପଡିଆ ପାଇଁ ଉଦ୍ଧିଷ୍ଟ ସ୍ଥାୟୀ କମିଟି ଉପରେ ତଥା କୋଶଳ କଳା ମଣ୍ଡଳ ପଡିଆର ଉନ୍ନତି ଉପରେ ଆଲୋଚନା କରିଥିଲେ । ଜିଲ୍ଲା କଳାକାର ସଂଘକୁ କିପରି ସୁଦୃଢ କରାଯାଇପାରିବ ସେ ବିଷୟରେ ନବୀନ କୁମାର ବେହେରା, ବିନୋଦ ଦାସ, ବେଣୁମାଧବ ଭୁଏ, ମୁରଲୀ ମଗର, ସୁରଥ ସାହୁ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରାମ ପ୍ରସାଦ ଦାଶ, ରାଜେନ୍ଦ୍ର କୁମାର ଶର୍ମା, ନିରାକାର ସାଏ, ଦୀପକ କୁମାର ବରାଳ, ବ୍ୟାସଦେବ ପୁରୋହିତ, ଅନୀତା ତ୍ରିପାଠୀ, ଶ୍ରାବଣୀ ମେହେର, ରବିନ୍ଦ୍ର କୁମାର ଦାସ, ସତ୍ୟନାରାୟଣ ଦେଓ, ଭକ୍ତ ନାଏକ, ମଳୟ ତ୍ରିପାଠୀ, ଗିରିଧାରୀ ଥପା, ଦିପ୍ତୀ ପ୍ରକାଶ ଦାସ, ମିଲି ବାରିକ, ପ୍ରଭଞ୍ଜନ ରାୟଗୁରୁ, ମୁରଲୀଧାରୀ ପତି, ପ୍ରଦୀପ କୁମାର ବରାଳ, ମୀନକେତନ ପ୍ରଧାନ, ସୁରେନ୍ଦ୍ର କୁମାର ତ୍ରିପାଠୀ ଆଲୋଚନା କରି ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଶେଷରେ ଆଗାମୀ ବଲାଙ୍ଗିର ଲୋକ ଉତ୍ସବରେ ଜିଲ୍ଲା କଳାକାର ସଂଘ ତରଫରୁ ଏକ ଦଳ ଅଭିନୟ କରିବା ପାଇଁ ତଥା ଉକ୍ତ ଲୋକ ଉତ୍ସବରେ କଳାକାର ସଂଘ ସାଂସ୍କୃତିକ କାର୍ଯ୍ୟକ୍ରମକୁ ହାତକୁ ନେବା ପାଇଁ ପ୍ରସ୍ତାବ ଦେବା ସକାଶେ ବାସୁଦେବ ମେହେର ପ୍ରସ୍ତାବ ଜରିଆରେ ନିବେଦନ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.