ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ୱାର୍ଡ ନମ୍ବର-୦୯ରେ ଦୀର୍ଘ ବର୍ଷରୁ ରହୁଥିବା ଲକ୍ଷ୍ମୀ ଖଡ଼ିଆ ଆଜି କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ । ତାଙ୍କର ୨୦ ବର୍ଷର ଏକମାତ୍ର ପୁଅ ଛଡା ଆଉ ତାଙ୍କର କେହି ସମ୍ପର୍କୀୟ ନଥିଲେ । ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଥିବା ଲକ୍ଷ୍ମୀ ଖଡ଼ିଆଙ୍କ ପରିବାର ଅତ୍ୟନ୍ତ ଦୁଃଖଦ ଅବସ୍ଥାରେ ପରିବାର ଚଳାଉଥିଲେ । ଆଜି ଆକସ୍ମିକ ଭାବରେ ତାଙ୍କର ମୃତ୍ୟ ହୋଇଯିବା ପରେ ତାଙ୍କର ଶବ ସତ୍କାର କରିବା ପାଇଁ କେହି ଆସିନଥିଲେ । ଏପରି ଅବସ୍ଥାରେ ସେହି ଅଞ୍ଚଳର ସଚେତନ ନାଗରିକ ସୁଜିତ ବେହେରା ସଂକଳ୍ପ ପରିବାରକୁ ଯୋଗାଯାଗ କରିଥିଲେ । ସଂକଳ୍ପ ପରିବାର ଘଟଣା ସ୍ଥଳକୁ ପହଞ୍ଚି ପ୍ରସାଶନ ସହିତ ଆଲୋଚନା କଲା ପରେ ପିପଲମୁଣ୍ଡା ସ୍ଥିତ କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରିଥିଲା । ଶବ ସତ୍କାରରେ ୱାର୍ଡ ନଂ.୯ର କାଉନସିଲର ପିକୁନ ଦାଶଙ୍କ ସହିତ ସୁଜିତ ବେହେରା ଉଭୟ ଉପସ୍ଥିତ ରହି ସହଯୋଗର ହାତ ବଢାଇଥିଲେ ।