ଖଡ୍ଗ ଭବନ ପରିଦର୍ଶନରେ ମନମୋହନ ଓ ଜୁଏଲ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ରାଉରକେଲା ଗସ୍ତ ଅବସରରେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଥିବାବେଳେ ସେ ଓ ତାଙ୍କ ସହ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ସେକ୍ଟର ୩ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନକୁ ବୁଲି ଆସିଥିଲେ । ଏଠାରେ ଉଭୟ ବାରହାତ ଖଡ୍ଗକୁ ପୂଜା କରିବା ସହ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର କର୍ମକର୍ତ୍ତାଙ୍କ ସହ ଭାବ ବିନିମୟ କରିଥିଲେ । କର୍ମକର୍ତ୍ତା ମାନେ ଦୀର୍ଘ ୪୨ବର୍ଷ ଧରି ନିଷ୍ଠାର ସହ ଖଡ୍ଗ ପୂଜା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରୁଥିବାରୁ ସାଧୁବାଦ ଦେଇଥିଲେ । ଶ୍ରୀ ସାମଲ ଓ ଶ୍ରୀ ଓରାମଙ୍କ ବ୍ୟତୀତ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ପାନପୋଷ ଜିଲ୍ଲା ସଭାପତି ଲତିକା ପଟ୍ଟନାୟକ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ପୂର୍ଣ୍ଣିମା କେରକେଟା, ଦୁର୍ଗା ତନ୍ତୀ ପ୍ରମୁଖ ଓ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ର, ସୁରେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର କୁମାର ନାୟକ, ନାରାୟଣ ସାମଲ, ଜଗନ୍ନାଥ ରାଉତ, ରବି ବାରିକ, ରାଧାଶ୍ୟାମ ପରିଡ଼ା, ସସ୍ମିତା ପ୍ରଧାନ, ଉଗ୍ରସେନ ବିଶ୍ୱାଳ, ସୁବ୍ରତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.