csstore

ମାଲଗୋଦାମ ପଡ଼ାବାସୀଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମାଲଗୋଦାମ ପଡ଼ାବସୀଙ୍କ ତରଫରୁ ଭୂତପୂର୍ବ ପ୍ରଧାମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ୩୯ତମ ଶ୍ରାଦ୍ଧବର୍ଷିକୀ ସ୍ଥାନୀୟ ମାଲଗୋଦାମ ପଡ଼ାବାସୀଙ୍କ ତରଫରୁ ପାଳନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଏଆଇସିସି ସଦସ୍ୟ ବିଧୁ ଭୂଷଣ ତ୍ରିପାଠୀ ଯୋଗଦାନ କରି ଇନ୍ଦିରା ଗାନ୍ଧୀଙ୍କ ସ୍ମୃତିଚାରଣ କରି ବ୍ୟାଙ୍କ୍ ଜାତୀୟକରଣ, ୨୦ ଦଫା କାର୍ଯ୍ୟକ୍ରମ, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଗୃହ ଯୋଜନା, ପାକିସ୍ତାନକୁ ଦୁଇ ଭାଗ କରିବା, ସଇଁତଳାରେ ଗୋଳାବାରୁଦ କାରଖାନାର ପ୍ରତିଷ୍ଠା କରି ବଲାଙ୍ଗିର ଜିଲ୍ଲାର ଯୁବକମାନଙ୍କର କର୍ମନିଯୁକ୍ତି ଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା କଥା ଶ୍ରୀ ତ୍ରିପାଠୀ ଉପସ୍ଥିତ ଶତାଧିକ ପଡ଼ାବସୀଙ୍କୁ ତାଙ୍କ ଶ୍ରଦ୍ଧାଞ୍ଜଳି ବକ୍ତବ୍ୟରେ ଉପସ୍ଥାପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଯୁବ ଉପସଭାପତି ଗ୍ଲାଡଷ୍ଟନ ତାଣ୍ଡେ, ସମ୍ପତି ବୁଡେକ୍‌ଙ୍କ ସମେତ ଶତାଧିକ ପଡାବାସୀ ଯୋଗଦାନ କରିଥିଲେ ।

jayashree
Leave A Reply

Your email address will not be published.