ଭକ୍ତ ଦାସିଆ ପୀଠରେ ମହାଲକ୍ଷ୍ମୀ ପୂଜା

ଡେ଼ଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପିପିଲି ବ୍ଲକ୍‍ ଅନ୍ତର୍ଗତ ବାଲିଗ୍ରାମ ଠାରେ କୁମାର ପୂର୍ଣ୍ଣିମା ପୀଠସ୍ଥ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରେ ଲକ୍ଷ୍ମୀପୂଜା ଶ୍ରୀମନ୍ଦିର ନିତିକାନ୍ତି ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି । ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରର ମୂଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦୀକ୍ଷିତ୍‍, ପ୍ରହଲ୍ଲାଦ ମିଶ୍ର ଏବଂ ପୁଷ୍ପାଳକ ନୃସିଂହ ଚରଣ ପାତ୍ରଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ମୂଖ୍ୟକର୍ତ୍ତା ଭାବେ ଇଂ ଉଗ୍ରସେନ ସାହୁ କାର୍ଯ୍ୟ ନିର୍ବାହ କରିଥିଲେ । ମହାଲକ୍ଷ୍ମୀଙ୍କ ଏହି ପୂଜା କର୍ମରେ ପୀଠସ୍ଥ ଦେବା ଦେବୀଙ୍କର ଦୈନନ୍ଦିନ ନିତିକାନ୍ତି ସହିତ ପୂଜାକର୍ମ ମଧ୍ୟରେ ସୂର୍ଯ୍ୟପୂଜା, ବରୁଣ ପୂଜା, ଜଗନ୍ନାଥ ପୂଜା, ବର୍ଦ୍ଧନୀଘଟ ପୂଜା, ଦୁର୍ଗା ମାଧବ ପୂଜା, ମହାଲକ୍ଷ୍ମୀ ପୂଜା, ହୋମ କାର୍ଯ୍ୟ, ଆଳତୀ, ପୁଷ୍ପାଞ୍ଜଳୀ ଇତ୍ୟାଦି କର୍ମ ସଂପାଦିତ ହୋଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଅର୍ଜ୍ଜୁନ ଚରଣ ସାମଲ, ଇଂ. ପ୍ରତାପ ଚନ୍ଦ ସିଂ, ସୁଦର୍ଶନ ଦାସ, ସ୍ୱୟଂଚରଣ ପରିଡ଼ା, ସପନ କୁମାର ଦାସ, ଶ୍ରଦ୍ଧାଞ୍ଜଳୀ ଦାସ, ଲକ୍ଷ୍ମୀଧର ସାହୁ, ଗିରିଧାରୀ ପଲାଇ, କୃଷ୍ଟଚନ୍ଦ୍ର ରାଉତ, କବିନ୍ଦ୍ର ବେହେରା, ଲକ୍ଷ୍ମୀଧର ଲେଙ୍କା ତଥା କବିସୂର୍ଯ୍ୟନଗରରୁ ଆସିଥିବା ଅନେକ ହବିଷ୍ୟାଳି ଯୋଗଦାନ କରିଥିଲେ । ଆସନ୍ତା ଏକମାସ ବ୍ୟାପି ଏହି ପୀଠରେ କାର୍ତ୍ତୀକ ବ୍ରତ ପାଳନ ଅବସରରେ ପ୍ରତ୍ୟହ ପ୍ରାତଃ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଭକ୍ତଙ୍କ ସମାଧି ପୀଠ ସ୍ଥଳରେ ଅଖଣ୍ଡ ନାମ ଯଜ୍ଞ ଏବଂ ମଧ୍ୟାହ୍ନରେ ଭକ୍ତମାନଙ୍କୁ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ କରାଯିବ । ଅନୁଷ୍ଠାନର ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ ଉକ୍ତ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.