jayashree

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ପୁରୀ ରେ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ

ପୁରୀ : ସଦର ବ୍ଲକ ନେହେରୁ ଯୁବ କେନ୍ଦ୍ର, ପୁରୀ ପକ୍ଷରୁ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଓ ଅମୃତ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୀର ଅଗ୍ରଣୀ ସାମାଜିକ ସେବା ସଂଗଠନ ହାପିନେସ୍ ଫାଉଣ୍ଡେସନ ସହଯୋଗରେ ଶତାଧିକ ଯୁବ ସେଚ୍ଛାସେବୀ, ଛାତ୍ରଛାତ୍ରୀ ଯୋଗ ଦେଇ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଏକ କଳସ ଶୋଭାଯାତ୍ରା ବାହାରି ୟୁଥ୍ ହଷ୍ଟେଲରେ ପହଞ୍ଚିଥିଲା । ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ, ସଂପର୍କ, ପୁରୀ ସେବା ସମିତି, ଆୟୁଷ ଆଥଲେଟିକ କ୍ଲବ୍ ଓ ଜଙ୍ଗଲି କ୍ଳବ୍ ଆଦି ଅନୁଷ୍ଠାନମାନେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଭାବେ ପୁରୀର ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ସେଠାରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କୁ ପଞ୍ଚପ୍ରାଣ ଶପଥ ପାଠ କରାଇଥିଲେ । ଆୟୋଜିତ ସଭାରେ ମୂଖ୍ୟ ଅତିଥି ପୁରୀ ସଦର ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ମାଟି କଳସକୁ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ଶ୍ରୀଯୁକ୍ତ ଜୟ ଶଙ୍କର ଯୋଶୀଙ୍କୁ ହସ୍ତାନ୍ତର କରାଯାଇଥିଲା । ସମ୍ମାନୀତ ଅତିଥି ଭାବେ ବାୟୁସେନା ଅଧିକାରୀ ଲଳିତ କୁମାର ନାୟକ, ସ୍ଥଳସେନା ଅଧିକାରୀ ସତ୍ୟ କୁମାର ବେହେରା ଓ ପୋଲିସ୍ ଅଧିକାରୀ ପ୍ରଦୀପ କୁମାର ଦଳେଇ ଯୋଗ ଦେଇଥିଲେ । ଯୁବ ସମାଜସେବୀ ଭାବେ ହାପିନେସ୍ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ତଥା ସଭାପତି ଇଂ ପ୍ରଦୀପ୍ତ କୁମାର ପ୍ରଧାନଙ୍କୁ ମୁଖ୍ୟଅତିଥି ସମ୍ମାନୀତ କରିଥଲେ । ସାମରିକ ଅଧିକାରୀ ମାନଙ୍କୁ ମୁଖ୍ୟଅତିଥି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଈ ସମ୍ବର୍ଦ୍ଧିତ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଜୟ ଶଙ୍କର ଯୋଶୀ ସ୍ୱାଗତ ଭାଷଣ ଦେଇଥିଲେ । ସମ୍ପର୍କର ସାଧାରଣ ସମ୍ପାଦକ ଶ୍ରୀ ସୌମେନ୍ଦ୍ର ଦାସ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହାୟକ ଅଧିକାରୀ ଅଶୋକ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଜାତୀୟ ଯୁବ ସ୍ଵେଚ୍ଛାସେବୀ କୃଷ୍ଣଚନ୍ଦ୍ର ସାହୁ, ହାପିନେସ୍ ଫାଉଣ୍ଡେସନର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ ଓ ଯୁଗ୍ମ ସମ୍ପାଦକ ସିଦ୍ଧେଶ୍ଵର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥଲେ । କାର୍ଯ୍ୟକ୍ରମ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

Leave A Reply

Your email address will not be published.