ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା : ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା ବ୍ୟାପକ ପୋଲିସ ଫୋର୍ସ ମୁତୟନ, ଉଭୟ ପକ୍ଷରୁ ୫ ଗିରଫ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ବଙ୍ଗୋମୁଣ୍ଡା ଗାଁରେ ଉତ୍ତେଜନା । ବ୍ୟାପକ ପୋଲିସ ଫୋର୍ସ ମୁତୟନ ଉଭୟ ପକ୍ଷରୁ ୫ ଗିରଫ ନେଇ ସୂଚନା ଦେଲେ କଣ୍ଟାବାଞ୍ଜି ଏସ୍ଡ଼ିପିଓ । ଗତ ଦୁଇ ଦିନ ତଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବଙ୍ଗୋମୁଣ୍ଡା ଗାଁରେ ଆଦିବାସୀମାନଙ୍କର ଛତର ଯାତ୍ରା ହୋଇଥିଲା । ଛତରଯାତ୍ରା ସମୟରେ କୌଣସି ଏକ କଥାକୁ ନେଇ ଆଦିବାସୀ ଓ ଦଳିତ ସମାଜଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଆଦିବାସୀ ସମାଜର ପାଞ୍ଚ ଜଣଙ୍କୁ ଦଳିତ ସମାଜର କିଛି ଜଣ ଆକ୍ରମଣ କରିଥିଲେ । ଏନେଇ ଆଦିବାସୀ ସମାଜର କିଛି ଲୋକ ଆକ୍ରମଣ କରିଥିବା ଦଳିତ ସମାଜର ଅଭିଯୁକ୍ତମାନଙ୍କୁ ଗିରଫ ଦାବୀ ନେଇ ମଙ୍ଗଳବାର ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବଙ୍ଗୋମୁଣ୍ଡା ଥାନା ଘେରାଓ କରିଥିଲେ ଆଦିବାସୀ ସମାଜ ଓ କିଛି ଗ୍ରାମବାସୀ । ଥାନା ପରିସରରେ ହୋ ହାଲ୍ଲା ହୋଇ ଉତ୍ତେଜନା ଦେଖାଦେଇଥିଲା । ସନ୍ଧ୍ୟା ସମୟରେ ପୁଣି ଥରେ ବଙ୍ଗୋମୁଣ୍ଡା ଗାଁର ଆମ୍ବେଦକର ଛକଠାରେ ଦଳିତମାନେ କିଛି ଜଣ ମିଶି ଆଦିବାସୀ ସମାଜର କିଛି ଜଣ ଓ ଗ୍ରାମବାସୀମାନଙ୍କୁ ପୁଣି ଥରେ ରାସ୍ତାରେ ହୋ ହାଲ୍ଲା କରିଥିଲେ । ପୁଣି ଥରେ ଗାଁରେ ଚାପା ଉତ୍ତେଜନା ଦେଖାଦେଇ ଲୋକେ ଭୟଭୀତ ହୋଇଥିଲେ । ଗାଁରେ ଉତ୍ତେଜନା ଥିବାରୁ ସବୁ ଛକ ଓ ଗଳି କନ୍ଦିରେ ବ୍ୟାପକ ପୋଲିସ ଫୋର୍ସ ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା, ସିଂଧେକେଲା ଥାନାର ଷ୍ଟାଫ୍, କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ, ଅତିରିକ୍ତ ଏସ୍ପି ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।