oom

ବାଇକକୁ ଧକ୍କା ଦେଲା ହାଇୱା, ୧ ମୃତ

jsmm

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥ ପୁରୁଣାକଟକ ଗ୍ୟାସ ଅଫିସ୍ ସମ୍ମୁଖରେ ଏକ ମର୍ମନ୍ତୁତ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କାନପୁର ଗ୍ରାମର କାର୍ଯ୍ୟରତ ଫରେଷ୍ଟ ୱାଚର ସୁକାନ୍ତ ଭୋଇ (୨୩) ଏବଂ ଜଣେ ସହଯୋଗୀ ଏକ ବାଇକ୍ ଯୋଗେ କୌଣସି କାମରେ ଲୁଣିବାହାଲ ଯାଇ ନିଜ ଗ୍ରାମକୁ ଫେରୁଥିବା ସମୟରେ ଦୃତ ଗତିରେ ଆସୁଥିବା ଏ.ଆର.ଏସ.ଏସ କମ୍ପାନୀର ହାଇୱା ପଛପଟୁ ଧକ୍କା ଦେଇଥିଲା । ଏଥିରେ ସୁକାନ୍ତ ହାଇୱା ଚକ ତେଳେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସୁରକ୍ଷିତ ଅଛନ୍ତି । ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି । ଚାରିଛକ ଅଗ୍ନିଶମ ଘଟଣାସ୍ଥଳରେ ପହଁଚି ସୁକାନ୍ତଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଣାକଟକ ପୁଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ କରୁଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.