jayashree

ଗଜବନ୍ଧ କ୍ଲଷ୍ଟରସ୍ତରୀୟ ମାସିକ ସହାଭାଗିତା ବୈଠକ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣ୍ଡରାପାଲି ଠାରେ ଗଜବନ୍ଧ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଶାସ୍ତ୍ର ସଂଯୋଜକ ଅକ୍ଷୟ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧର ପ୍ରଧାନ ଶିକ୍ଷକ ପଞ୍ଚାନନ କମ୍ପ ଯୋଗଦେଇ ବିଦ୍ୟାଳୟର ଓ ଛାତ୍ରଛାତ୍ରୀଙ୍କ ସାମୁହିକ ଉନ୍ନତିରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । କାଇସକନ୍ଦା ପ୍ରଧାନ ଶିକ୍ଷୟିତ୍ରୀ ଚୁମକି ବିଶି ମୌଳିକ ସାକ୍ଷରତା ବିଷୟରେ ଆଲୋଚନା କରିଥିବା ବେଳେ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମର ତାଣ୍ଡିଆ ମୌଳିକ ସଂଖ୍ୟାଜ୍ଞାନ ଉପରେ ଆଲୋଚନା କରିଥିଲେ । ସୁଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ୍ୟ ଶୈକ୍ଷିକ ଦକ୍ଷତା ଆକଳନ ଉପରେ ଆଲୋଚନା କରିଥିବା ବେଳେ ଧାତୁକିପାଲି ବିଦ୍ୟାଳୟର ସହକାରୀ ଶିକ୍ଷକ ହାରାଧନ ରଣା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ବହିର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ । ସୁଲେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନିନୀ ବାଗ ଚିତ୍ର ପୋଷ୍ଟର ଉପରେ ଆଲୋଚନା କରିଥିଲେ । କେନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୁଳସୀରାମ ଭୋଇ କବିତା ପୋଷ୍ଟର ଉପରେ ଆଲୋଚନା କରିଥିବା ବେଳେ କୁଶଦାଦର ପ୍ରଧାନ ଶିକ୍ଷକ ରଘୁନାଥ ବାଗ ଗଳ୍ପ କାର୍ଡର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ, ବ୍ରାହ୍ମଣୀପାଲି ସହକାରୀ ଶିକ୍ଷକ କୁଶ ପୁଟେଲ, ସ୍ଥାନୀୟ ଶିକ୍ଷକ ସୂର୍ଯ୍ୟଭାନୁ ରାଉତ, ବିଶ୍ଵଦେବ ବେରିଆ, ରଶ୍ମିତା କୁଅଁର,ଅଜୟ ପଧାନ ଓ ପାଚିକାମାନେ ସହଯୋଗ କରିଥିଲେ । ଗଜବନ୍ଧ ସାଧନକେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ପ୍ରଧାନ ଶିକ୍ଷକ ନନ୍ଦକିଶୋର ବିଶି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.