jayashree

ପୁଇଁନ୍ତଳା ବ୍ଲକସ୍ତରୀୟ ସୁରଭି ଓ ମିଲେଟସ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକସ୍ତରୀୟ ସୁରଭି ଓ ମିଲେଟସ୍‌ କାର୍ଯ୍ୟକ୍ରମ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ନିଧିସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅତିଥି ଭାବେ ବୁବେଲ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗିରୀଜା ବାଙ୍କି, ବିଡିଓ ଅମରେନ୍ଦ୍ର ସ୍ୱାଇଁ, ଏବିଇଓ ଗୋପାଲ ବୁଡେକ, ଲଛମନ ପଧାନ, ଅବସରପ୍ରାପ୍ତ ଏବିଇଓ ଦୁର୍ବାଦଳ ମିଶ୍ର, ଅବସରପ୍ରାପ୍ତ ବିଡିଓ ବିଜ୍ଞାନ କୁମ୍ଭାର ମଞ୍ଚାସୀନ ଥିଲେ । ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର ଏଣୁ ଦେଶର ସାମଗ୍ରିକ ବିକାଶ ଶିଶୁମାନଙ୍କ ଉପରେ ନିର୍ଭର କରେ ବୋଲି ମୁଖ୍ୟ ଅତିଥି ଡ. ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଥିଲେ । ଉତ୍ସବ ଅବସରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ପ୍ରତିଯୋଗୀତାରେ ବରିଷ୍ଠ ବିଭାଗର କୁଇଜରେ ଇଶିକା ଦାଶ, ଚିତ୍ରାଙ୍କନରେ ପ୍ରିୟମ୍ବଦା ଘିବେଲା, ବକ୍ତୃତାରେ ସୁରଜ ବାରିକ, ସୃଜନଶୀଳ ଲିଖନରେ ମୋନାଲିସା ପଧାନ, ବିତର୍କରେ ପ୍ରୀତି ପଣ୍ଡା, ପ୍ରବନ୍ଧରେ ରୋଶନୀପ୍ରଭା ଦାଶ, ସଙ୍ଗୀତରେ ପିୟୁଷ ରଂଜନ ଦାନୀ ଏବଂ ଦଳଗତ ନୃତ୍ୟରେ ମଳମୁଣ୍ଡା ଅପର ପ୍ରାଇମେରୀ ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କନିଷ୍ଠ ବିଭାଗର କୁଇଜରେ ଚାନ୍ଦିନୀ ବେହେରା, ଚିତ୍ରାଙ୍କନରେ ଅମିତ ଭୁଏ, ବକ୍ତୃତାରେ ଅମ୍ରିତା କୁମ୍ଭାର, ସୃଜନଶୀଳ ଲିଖନରେ ଆର୍ୟ୍ୟନ ଭୁଏ, ଶୃତଲିଖନ ଓ ହସ୍ତାକ୍ଷରରେ ଅର୍ଚ୍ଚନା ଚିରଗୁନ, ସଙ୍ଗୀତରେ ସ୍ମିତା ରାଣୀ ସୁନା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଦିବ୍ୟାଙ୍ଗ କୃତି ଶିଶୁମାନଙ୍କ ମଧ୍ୟରେ ହୋଇଥିବା ସଙ୍ଗୀତ ପ୍ରତିଯୋଗୀତାରେ ମନିଷା ନନ୍ଦ ଓ ଚିତ୍ରାଙ୍କନରେ ହେମନ୍ତ ଭେସ୍ରା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ କୁଇଜରେ ଜ୍ୟୋର୍ତିମୟୀ ପଧାନ, ଚିତ୍ରାଙ୍କନରେ ସୋମାରାଣୀ ବିଶ୍ୱାଳ, ବିତର୍କରେ ସରସ୍ୱତୀ ଚାଉଲିଆ, ବକ୍ତୃତାରେ ପ୍ରୀତିମୟୀ ପଣ୍ଡା, ସଙ୍ଗୀତରେ ରୀତା ପଧାନ, ପ୍ରବନ୍ଧରେ ଜ୍ୟୋର୍ତିମୟୀ ପଧାନ, ସୃଜନଶୀଳ ଲିଖନରେ ପ୍ରତିଜ୍ଞା ତ୍ରିପାଠୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ମିଲେଟସ୍‌ କୁଇଜ୍‌ ପ୍ରତିଯୋଗୀତାରେ ଆର୍ୟ୍ୟନ ଷାଣ୍ଢ, ବକ୍ତୃତାରେ ଶ୍ରଦ୍ଧାଞ୍ଜଳୀ ବେହେରା, ପ୍ରବନ୍ଧରେ ଦିଶାନ୍ତ ନନ୍ଦ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ପୁଇଁତଳା ବ୍ଲକ ଚେୟାରମେନ ସରୋଜ ପଧାନ ଯୋଗଦେଇ ଶିଶୁମାନଙ୍କ ବୌଦ୍ଧିକ ଓ ମାନସୀକ ଶକ୍ତିର ବିକାଶ ନିମନ୍ତେ ସୁରଭି ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା ନାରାୟଣ ମିଶ୍ର , ଶୈଳେନ୍ଦ୍ରୀ ପରିଡା, ଅଳକା ଦାଶ କରିଥିବା ବେଳେ ଧୀରେନ୍ଦ୍ର ମହାଣା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ପୁଇଁନ୍ତଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସି, ବୁବେଲ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବୁବେଲ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.