jayashree

ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର : ୨୦୨୧ଫେବୃଆରୀ ମାସରେ ସାରା ଜିଲ୍ଲାରେ ଫ୍ୟାଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀବୃନ୍ଦ ତାଲିମ ନେଇଥିବା ବେଳେ ଷ୍ଟେଟ ରିସୋର୍ସ ପର୍ସନ, ଡାକ୍ତର ମଦନ ମୋହନ ପ୍ରଧାନ ଓ ଡାକ୍ତର ଶ୍ୟାମ ବନ୍ଧୁ ରଥ, ମୁଖ୍ୟ ତାଲିମ ଦାତା ଭାବରେ ଯୋଗଦାନ କରି ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ସଂକ୍ରମିତ ମାଈ କ୍ୟୁଲେକ୍ସ ମଶା ଫ୍ୟାଲେରିଆ ର ବାହକ ହୋଇଥିବା ବେଳେ ହାଇଡ୍ରୋସିଲ ଏବଂ ଗୋଦର ଗୋଡ଼ ଫ୍ୟାଲେରିଆ ଯୋଗୁଁ ହୋଇଥାଏ । ଫ୍ୟାଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମ ୨୦୨୧ ଫେବୃଆରୀ ମାସରେ ସାରା ଜିଲ୍ଲାରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଦୁଇ ବର୍ଷ ରୁ କମ ବୟସ ର ଶିଶୁ, ଗର୍ଭବତୀ ମାଁ ଏବଂ ଅତିମାତ୍ରାରେ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ସାମୁହିକ ଔଷଧ ସେବନ କାର୍ୟ୍ୟକ୍ରମରୁ ବାଦ ଦିଆଯାଇ ଅନ୍ୟ ସମସ୍ତଙ୍କୁ ଫ୍ୟାଲେରିଆ ନିରାକରଣ ଔଷଧ ଖୁଆଯିବ । ଏହି କାର୍ୟ୍ୟକ୍ରମ ଲଗାତାର ପାଞ୍ଚ ବର୍ଷ ପର୍ୟ୍ୟନ୍ତ ବର୍ଷକୁ ଗୋଟିଏ ଦିନ ଅନୁଷ୍ଠିତ ହେବ । ଏହା ଦ୍ୱାରା ଜିଲ୍ଲାରୁ ଫ୍ୟାଲେରିଆ ରୋଗକୁ ସମ୍ପୂର୍ଣ୍ଣ ପ୍ରତିହତ କରାଯାଇପାରିବ । ଆଜିର ଏହି ତାଲିମ କାର୍ୟ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ଦିଲୀପ କୁମାର ପଣ୍ଡା, ଏଡିପିଏଚଓ (ଭିବିଡି) ଡ଼ଃ ନବକିଶୋର ବେହେରା, ଡିଏମଏଚ(ଏମଏସ ) ଡ଼ଃ ପ୍ରଦୀପ କୁମାର ଗୁରୁ, ଏଡିପିଏଚଓ (ଟିବି) ଡ଼ଃ ପଦ୍ମହଂସା ଦୋରା, ଏଡିପିଏଚଓ (ଲେ) ଡ଼ଃ ପ୍ରମୋଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲାରେ ଫ୍ୟାଲେରିଆ ନିରାକରଣ ନିମନ୍ତେ ନିଆଯିବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମ ଓ ପଦକ୍ଷେପ ଉପରେ ଚନ୍ଦ୍ରଶେଖର ମିଶ୍ର, ଜିଲ୍ଲା ଭିବିଡି ପରାମର୍ଶଦାତା ପାୱାର ପଏଣ୍ଟ ପ୍ରୋଜେଣ୍ଟେସନ ମାଧ୍ୟମରେ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.