lika

ବଙ୍ଗୋମୁଣ୍ଡାରେ ବିଶ୍ୱ ଖାଦ୍ୟ ଦିବସ ପାଳନ

gbag

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଆଜି ଓଡିଶା କୃଷକ ସମାଜ ବଲାଙ୍ଗିର ଜିଲ୍ଲା ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୃଷକ ସମାଜ ଜିଲ୍ଲା ସଂଗଠକ ଜଗଦୀଶ ସୁନାଙ୍କ ନେତୃତ୍ୱରେ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଫିରୋଜ ଖାଁ, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଡ଼ଃ ନାରାୟଣ ମିଶ୍ର, ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ରାଜନୀତି ବିଭାଗର ପ୍ରାଧ୍ୟାପକ ପଦ୍ମଲୋଚନ ବର୍ମା, ଦେଢ଼ଗାଁ ସରପଞ୍ଚ ଯୋଶିଏଲ୍‌ ସେନାପତି, ସମାଜସେବୀ ଧର୍ମପାଳ ଜୈନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖାଦ୍ୟ ଦିବସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଖାଦ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଥିଲା । ହରିରାମ ସତନାମୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ ।

sandip
Leave A Reply

Your email address will not be published.