lika

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର : ୧୦୧ ୟୁନିଟ ରକ୍ତଦାନ କଲେ ରକ୍ତଦାତା

gbag

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅମିତ ଯାଦବ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ନାଏକ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ମଣ୍ଟୁ ନାଏକ, ମ.ରାମପୁର ବ୍ଳକ ବିଜେଡି ସଭାପତି ଗୋବିନ୍ଦ ଶତପଥୀ, ଯୁବ ନେତା ଦଲଜିତ ସିଂ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, କର୍ଲାମୁଣ୍ଡା ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ସାହୁ, ନର୍ଲା ନିର୍ବାଚନ ମଣ୍ଡଳୀ ଛାତ୍ର ବିଜେଡି ସଭାପତି ଦେବେନ୍ଦ୍ର କୁମାର, କର୍ଲାମୁଣ୍ଡା ଯୁବ ବିଜେଡି ସଭାପତି ସଙ୍ଗୀତ ଭୋଇ, ଛାତ୍ର ବିଜେଡି ବ୍ଳକ ସଭାପତି ସଲିମ ଶେଖର ରଣା, ଯୁବ ବିଜେଡି ଡିଜିଟାଲ ସଂଯୋଜକ ତ୍ରିଶଙ୍କ ରଣା, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ନନ୍ଦି କିଶୋର ଭୋଇ, କର୍ଲାମୁଣ୍ଡା ପଞ୍ଚାୟତ ସଭାପତି ଦିନବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ନର୍ଲା, ମ.ରାମପୁର, କେସିଙ୍ଗା ଓ କର୍ଲାମୁଣ୍ଡା ବ୍ଳକରୁ ୧୦୧ ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

babaa
Leave A Reply

Your email address will not be published.