ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ ଆଉଟ୍‌ ଫୁଟ୍‌ବଲ୍‌

  • ଏପିଜେ ଲୋଇସିଂହାକୁ ହରାଇ ଅମାମୁଣ୍ଡା ଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳରେ ଅମାମୁଣ୍ଡା ଏଏ ବନାମ ଏପିଜେ ଲୋଇସିଂହା ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିଲା । ଟାଇବ୍ରେକର ୫-୩ ଗୋଲରେ ଅମାମୁଣ୍ଡା ଏଏ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି । ଖେଳକୁ ରେଫରି ଦେବାଶିଷ ବାଗ, ସୁଶାନ୍ତ ନାଗ, ରାଜେନ୍ଦ୍ର ସେଠ ଓ ନିସାରକାନ୍ତ ନାଗ ପରିଚାଳନା କରିଥିଲେ । ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ରିଜର୍ଭ ଇନ୍‌ସପେକ୍ଟର ପ୍ରଦିପ୍ତ କୁମାର ଦେବତା ଓ ସୁପ୍ରିମଟାକ୍ସ ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅଜିତ ପାଲ ଯୋଗ ଦେଇଥିଲେ । ସେହିପରି କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହଲ୍ଲାଦ ଶତପଥି, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ର, ଜୟରାମ ମିଶ୍ର, ଅଜିତ କୁମାର ସାହୁ, ସୁଧିର ଚନ୍ଦ୍ର ପଣ୍ଡା ଓ ଶରତ କୁମାର ନନ୍ଦ ପ୍ରମୁଖ ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୧୬ ତାରିଖ ସୋମବାର ବିଏନ୍‌ଏଏ ଜରାସିଂହା ବନାମ ପୋଗ୍ରେସିଭ କ୍ଲବ ଏ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ଜଣାଇଛନ୍ତି ।

Leave A Reply

Your email address will not be published.