ମ.ରାମପୁରରେ ନବଦୁର୍ଗା ପୂଜା ଆରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ନବଦୁର୍ଗା ପୂଜା କମିଟି ତରଫରୁ ମାଆଙ୍କ ନବ ଦିନାତ୍ମକ ପୂଜା ଆଜି ଆରମ୍ଭ ହୋଇଯାଇଛି । ହାଇସ୍କୁଲ ଛକ ଓ ଶ୍ରୀ ରାମ କୃଷ୍ଣ ଆଶ୍ରମ ମଧ୍ୟବର୍ତ୍ତି ସ୍ଥାନରେ ଏହି ପୂଜା ଆୟୋଜନ କରାଯାଇଛି । ପୂଜା କର୍ତ୍ତା ଭାବରେ ସତ୍ୟ ନାରାୟଣ ପଣ୍ଡା ଓ ତାଙ୍କ ପତ୍ନୀ ସୁଷମା ପଣ୍ଡା ଦାୟିତ୍ଵ ନିର୍ବାହ କରୁଛନ୍ତି । ପୂଜକ ଆଶୁତୋଷ ପାଢ଼ୀ ଓ ମୁନା ପ୍ରସାଦ ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ମା’ଙ୍କ ମୂର୍ତ୍ତି ନିର୍ମାଣ ରାମ ସିଂ ପୋଢ଼ଙ୍କ ଦ୍ଵାରା ସମ୍ପାଦିତ ହୋଇଛି । ନଅଦିନ ଧରି ଏହି ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ପୂର୍ବବର୍ଷ ଭଳି ଧୁମ୍ ଧାମରେ ପାଳିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସୁନ୍ଦର ମଣ୍ଡପ ସାଜସଜ୍ଜା ସହ ଉଜ୍ଜ୍ୱଳ ଆଲୋକମାଳା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇଛି । ନବଦୁର୍ଗା ପୂଜା କମିଟିର ସମସ୍ତ ସଦସ୍ୟଙ୍କ ଦ୍ଵାରା ପୂଜା ପରିଚାଳନା ହେଉଛି ।

Leave A Reply

Your email address will not be published.