- ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ସୁପର ନକ୍ଆଉଟ୍ ଫୁଟ୍ବଲ୍ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏଏ ଓ ଗ୍ରୁପ ଡି ବିଜେତା ଏବିଏଫ୍ସି ବଙ୍ଗୋମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅମାମୁଣ୍ଡା ୭-୨ ଗୋଲରେ ବଙ୍ଗୋମୁଣ୍ଡାକୁ ହରାଇ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଅତିଥି ଭାବରେ ପୂର୍ବ ଖେଳାଳି କପିଳେଶ୍ୱର ପାଣିଗ୍ରାହୀ, ଲୋକନାଥ ନେପାକ, କରୁଣାକର ପୋଡ ଓ କ୍ରିଡା ସଂସଦ ବରିଷ୍ଠ ସଦସ୍ୟ ଭାବଗ୍ରାହୀ ରଥ ଯୋଗ ଦେଇଥିଲେ । କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘନ ସିଂ, ଟୁର୍ଣ୍ଣାମେଣ୍ଟକମିଟି ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ଜୟରାମ ମିଶ୍ର, ଡା. ସିଦେ୍ଧଶ୍ୱର ମିଶ୍ର, ଅଜିତ କୁମାର ସାହୁ, ଶରତ କୁମାର ନନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଖେଳକୁ ବୈକୁଣ୍ଠ ଜେନା, ରାଜେନ୍ଦ୍ର ସେଠ, ସୁଦର୍ଶନ ସେଠ ଓ ସୁଦୟ ବାରିକ ରେଫରି ଦାୟିତ୍ୱ ତୁଳାଇଥିଲେ । କ୍ରୀଡା ସଂସଦ ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ୯ ତାରିଖ ସୋମବାର ଦିନ ଗ୍ରୁପ ଇ ବିଜେତା ବିଏନ୍ଏଏ ଜରାସିଂହା ବନାମ ଗ୍ରୁପ ଏଫ୍ ବିଜେତା କୁରସୁଡ ଏଫ୍ଏ ମଧ୍ୟରେ ଖେଳ ହେବ ବୋଲି କ୍ରୀଡା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।